ପଂଜିକୃତ ଚାଷୀଙ୍କଠାରୁ ଧାନ ନ କିଣିବାରୁ ଖଲ୍ଲିକୋଟ ଓ ବେଗୁନିଆପଡା ଚାଷୀଙ୍କ ୧୬ ନମ୍ବର ଜାତୀୟ ରାଜପଥ ୨ ଘଣ୍ଟା ଅବରୋଧ

ଖଲ୍ଲିକୋଟ (୨୮/୩) : ଦୀର୍ଘ ତିନି ମାସ ହେଲା ଧାନକିଣା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଯୋଗ୍ୟ ଓ ପଂଜିକୃତ ଚାଷୀଙ୍କ ଠାରୁ ସରକାର ଟୋକେନ ଦେଇ ଠିକ ସମୟ ରେ ମିଲର ମାନେ ଧାନ ଉଠାଇବା କ୍ଷେତ୍ର ରେ ଅବହେଳା ପ୍ରଦର୍ଶନ କରିବା ପ୍ରତିବାଦ ରେ ସୋମବାର ଦିନ ଋଷିକୂଲ୍ୟା ରୟତ ମହାସଭା ର କୃଷକ ନେତା ସିମାଞ୍ଚଳ ନାୟକ ଓ କିସାନ ମହାସଂଘ ର ସଚିନ ମହାପ|ତ୍ର ଙ୍କ ନେତୃତ୍ୱ ରେ ଶତାଧିକ କୃଷକ ମାନଙ୍କୁ ନେଇ ଦୀର୍ଘ ଦୁଇ ଘଣ୍ଟା ଧରି ୧୬ ନମ୍ବର ଜାତ୍ୟ ରାଜପଥ କୁ ଅବରୋଧ କରିଥିବା ଜଣାପଡିଛି l ତେବେ ଏ ସମ୍ପର୍କରେ ଖବର ପାଇବା ପରେ ଖଲ୍ଲିକୋଟ ତହସିଲଦାର ରାଜେଶ କୁମାର ପଟାୟକ ଓ ଆଇ ଆଇ ସି ଜଗନ୍ନାଥ ମଲ୍ଲିକ ଯୋଗାଣ ଅଧିକାରୀ ବୀରେନ କୁମାର ସାହୁ ,ଏ ଆର ସି ଏସ ସୁକାନ୍ତ ପାଢ଼ୀ ,ଏଏସ ଓ ଜୟରାମ ଟୁଡୁ ପ୍ରମୁଖ ପହଂଚି ଆନ୍ଦୋଳନ ରତ ଚାଷୀ ମାନଙ୍କୁ ବୁଝାସୁଝା କରିବା ଓ ସମସ୍ତ ଧାନ କୁ କିଣିବା ପ୍ରତିଶୃତି ଦେବା ପରେ ଚାଷୀମାନେ ଆନ୍ଦୋଳନ ରୁ ହଟିଥିଲେ l

ଅଧିକାଂଶ ଚାଷୀଙ୍କ ଟୋକେନରେ ମିଆଦ ପୂରଣ ହୋଇଥିଲେ ମଧ୍ୟ ଚାଷୀଙ୍କ ଠାରୁ ଯୋଗାଣ ବିଭାଗ ମଣ୍ଡି ରୁ ନ ଉଠାଇବା ଫଳରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି l ସେହିପରି ମିଲର ମାନେ କୁଇଣ୍ଟାଲ ପିଛା ତିନିରୁ ପାଞ୍ଚ କେଜି ଧାନ ମାଗିବା ଫଳରେ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ଯାଫଳରେ ଗରିବ ଓ ନାମମାତ୍ର ଚାଷୀ ମାନେ ଅଭାବୀ ଧାନ ବିକ୍ରି ର ଶିକାର ହେଉଛନ୍ତି l ମିଲର ପାକସ ଓ ଯୋଗାଣ ବିଭାଗ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ଚାଷୀଙ୍କ ଠାରୁ ଧାନ କିଣିବା ବ୍ୟବସ୍ତା ବିପର୍ଯ୍ୟସ୍ତ ହୋଇପଡିଛି l ଚାଷୀଙ୍କ ଆନ୍ଦୋଳନ ଯୋଗୁ ଜାତୀୟ ରାଜପଥ ଉଭୟ ପାର୍ଶ୍ୱ ରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା l

nis-ad
Leave A Reply

Your email address will not be published.