ଶିମିଳିପାଳ ଅଭୟାରଣ୍ୟରେ ନିଆଁ, ୫୦୦ଟି ନିଆଁଲିଭା ମେସିନ ନିୟୋଜିତ

କରଞ୍ଜିଆ: ମାର୍ଚ୍ଚ ୨୮: ଗରମ ଆରମ୍ଭରୁ ଶିମିଳିପାଳ ଅଭୟାରଣ୍ୟରେ ନିଆଁ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ଚାରିଟି ଜାଗାରେ ଲାଗିଛି ନିଆଁ । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ ।

ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୬୦ଟି ମିଳିତ ମକଡ୍ରିଲ କରିଥିଲା ବିଭାଗ । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା କାର୍ଯ୍ୟରେ ୭୦୦ ବନକର୍ମଚାରୀ ନିୟୋଜିତ ଥିବାବେଳେ ୫୦୦ଟି ନିଆଁଲିଭା ମେସିନ ନିୟୋଜିତ ହୋଇଥିଲା । ତେବେ ବର୍ତ୍ତମାନସୁଦ୍ଧା ମଧ୍ୟ ନିଆଁ ଲାଗାବାର ପ୍ରକୃତ କାରଣ ଜଣାପଡିନାହିଁ ।

nis-ad
Leave A Reply

Your email address will not be published.