ଋଷିକୂଲ୍ୟା ମୁହାଣରେ ଅଲିଭରିଡ଼ଲେଙ୍କ ସମୂହ ଅଣ୍ଡାଦାନ ପର୍ବ ଆରମ୍ଭ

ପ୍ରଥମ ପର୍ଯ୍ୟାୟରେ ୪୦୫୩୩ ଟି ସାମୁଦ୍ରିକ କଇଁଚଙ୍କ ଅଣ୍ଡାଦାନ

ଗଞ୍ଜାମ : ବିଶ୍ୱ ମାନଚିତ୍ରରେ ଅଲିଭ ରିଡ଼ଲେ ଙ୍କ ଏନ୍ତୁଡ଼ିଶାଲ ଭାବେ ପରିଚିତ ଗଂଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ସାମୁଦ୍ରିକ କଇଁଚଙ୍କ ସମୂହ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି । ଚଳିତ ବର୍ଷ ପ୍ରଥମେ ଋଷିକୂଲ୍ୟା ମୁହାଣରେ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୦୫୩୩ ଗୋଟି ମା ସାମୁଦ୍ରିକ କଇଁଚ ସମୁଦ୍ରର ନୀଳ ଜଳ ରାଶି ମଧ୍ୟକୁ ଉଠି ଆସି ସମୁଦ୍ର ବେଳାଭୂମିର ବାଲୁକା ରାଶି ମଧ୍ୟରେ ଗଣ ଅଣ୍ଡାଦାନ କରିଥିବା ଡି ଏଫ ଓ ଅମ୍ଳାନ କୁମାର ନାୟକ ସୂଚନା ଦେଇଛନ୍ତି।ଗତ ବର୍ଷ ଗଣ ଅଣ୍ଡାଦାନ ପର୍ବ ହୋଇନଥିବା ବେଳେ ଚଳିତ ବର୍ଷ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଯାଇଥିବାରୁ ପରିବେଶବିତ,ପର୍ଯ୍ୟଟକ,ବନ ବିଭାଗ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।ଶନିବାର ବିଳମ୍ୱିତ ରାତ୍ରରୁ ରବିବାର ସକାଳ ୮ ଟା ମଧ୍ୟରେ ଗୋଖରକୁଦା ଗ୍ରାମ ଠାରୁ ପୋଡମପେଟା ଗ୍ରାମ ଋଷିକୂଲ୍ୟା ନଦୀ ଓ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଆୟର୍ଲ୍ୟାଣ୍ଡ ମଧ୍ୟରେ ଗଣ ଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଡି ଏଫ ଓ ଅମ୍ଳାନ କୁମାର ନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ବନ ବିଭାଗ ଟିମ ଓ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ସହଯୋଗ ରେ ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ଓ ଗଣତି ବ୍ୟବସ୍ଥା କରାଯାଉଛି।ଗଣତି ଓ ସୁରକ୍ଷା ଦୃଷ୍ଟିରୁ ସମୁଦ୍ର ବେଳାଭୁମିରେ ୫୦ ଟି ସେଗମେଣ୍ଟ କରାଯାଇଛି।ଗୋଟିଏ ଗୋଟିଏ ସେଗମେଣ୍ଟ ରେ ଦୁଇ ଟି ଲେଖାଏଁ ବ୍ୟକ୍ତି ଏପରିକି ୧୦୦ ଜଣ ବ୍ୟକ୍ତିଙ୍କୁ ମୁତୟନ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ, କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜନଗର ବ୍ଲକର ଗହୀରମଥା ଓ ପୁରୀ ଜିଲ୍ଲାର ଦେବୀ ମୁହାଁଣ ଏହି ତିନୋଟି ସ୍ଥାନକୁ ସେମାନଙ୍କ ପ୍ରଜଜନ ସ୍ଥଳ ଭାବେ ସେମାନେ ବାଛିନେଇଛନ୍ତି।

nis-ad
Leave A Reply

Your email address will not be published.