ପିପିଟିର ଦ୍ବିତୀୟ ବାର୍ଷିକୋତ୍ସବ : ସମାଜକୁ ସୁଧାରିବାରେ ସାମାଜିକ ଗଣମାଧ୍ୟମର ଗୁରୁଦାୟିତ୍ବ ରହିଛି ।

ବ୍ରହ୍ମପୁର (୨୭/୦୩) : ସମାଜକୁ ସୁଧାରିବାରେ ସର୍ବଦା ମୁଖ୍ୟ ଧାରାର ଗଣମାଧ୍ୟମ ସହ ସାମାଜିକ ଗଣମାଧ୍ୟମମାନଙ୍କର ଦାଇତ୍ୱକୁ କେହି ଅସ୍ବୀକାର କରିପାରିବେ ନାହିଁ। ଅତଏବ ପିପିଟି ଭଳି ସୋସିଆଲ ମିଡିଆ ଅନୁଷ୍ଠାନ ମାନେ ସମାଜ ପାଇଁ ସତର୍କ ପ୍ରହରୀ ଭଳି କାମ କରି ଏକ ଅଲୋକବର୍ତିକ ଭଳି ଜଳିବା ଆରମ୍ଭ କରିଛନ୍ତି ବୋଲି ଆଜି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଥରେ ଅନୁଷ୍ଠିତ ପିପିଟି ର 2ୟ ବାର୍ଷିକ ଉତ୍ସବ କୁ ଉଦଘାଟନ କରି ଗଂଜାମ ଜିଲ୍ଲା।ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମତବ୍ୟକ୍ତ କରିଛନ୍ତି।

ପିପିଟି ର ସଭାପତି ଦେବସ୍ମିତା ମହାନ୍ତି ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନ, ଯୁବ ବିଜେଡି ଗଂଜାମ ଜୋନ ସଭାପତି ନଚିକେତା ସ୍ୱାଇଁ, ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପିପିଟି ସମ୍ପାଦକ ସମରଜୀତ ମହାନ୍ତି ସମ୍ପାଦକୀୟ ବିବରଣୀ ରେ ଗତ ଏକ ବର୍ଷ ର ପିପିଟି ର ବିକାଶମୂଳକ କାର୍ଯ୍ୟ ଏବଂ ସାମାଜିକ ଗଣମାଧ୍ୟମ କିପରି ଲୋକଙ୍କ ନିକଟତର ହୋଇପାରିଛି, ବ୍ୟକ୍ତ କରିଥିଲେ। ଏହି ଅବସରରେ ସମାଜରେ ବିଭିନ୍ନ ବ୍ୟକ୍ତି ଵିଶେଷଙ୍କୁ ସେମାନଙ୍କ କାର୍ଯ୍ୟ କୁଶଳତା ସକାଶେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଗ୍ରାମାଞ୍ଚଳ ସାମ୍ବାଦିକ ସୁଶାନ୍ତ ବେହେରା, ସମାଜସେବୀକା ଉଷରାଣୀ ପଟନାୟକ, ଶିକ୍ଷାବିତ ଡ଼ଃ ସ୍ୱାତିଶ୍ରୀ ଦାଶ, ଲୋକନୃତ୍ୟ ଗୁରୁ ନବଘନ ପରିଡା, ପଲ୍ଲୀକବି ନନ୍ଦକିଶୋର ପ୍ରଧାନ , ଏବଂ ଶ୍ରେଷ୍ଠ ପାଠକ ଭାବେ ସନ୍ତୋଷ କୁମାର ପଣ୍ଡାଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ପିପିଟି କାର୍ଯ୍ୟକର୍ତା ସପନେଶ୍ୱର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.