ଡ୍ରେନରେ ଆବର୍ଜନା ଭର୍ତ୍ତି, ବଢୁଛି ମଶା

ଦାରିଙ୍ଗବାଡ଼ି (୨୭/୦୩) : ସିମନବାଡ଼ି ଗ୍ରାମ ପଞ୍ଚାୟତର ଡ୍ରେନ ଠାରୁ ଆରମ୍ଭ କରି ବଜାର ଓ ହାଟପଦା ଅଂଚଳରେ ଭରି ରହିଛି ଆବର୍ଜନା । ଗ୍ରାମ ପଞ୍ଚାୟତ ପକ୍ଷରୁ କୌଣସି ସଫେଇ କରାଯାଉନଥିବା ଯୋଗୁଁ ବଜାର ସହ ଡ୍ରେନ ନାଳ ନର୍ଦମା ଗନ୍ଧରେ ଫାଟି ପଡୁଛି । ଏପରିକି ଜୁଡାବାଡ଼ି ରାସ୍ତା ଡ୍ରେନ,ବଜାର ଡ୍ରେନରେ ସଫା ନଥିବା ଯୋଗୁଁ ନାଳରେ କୁଢ଼କୁଢ଼ ଆବର୍ଜନା ଜମା ହେବା ଫଳରେ ପାଣି ଜମି ଦୁର୍ଗନ୍ଧ ହେବା ସହ ମଶାବଂଶ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

ମଶା ଯୋଗୁଁ ଘର ବାହାରେ ମଶା ପ୍ରବଳ ହେବା ଯୋଗୁଁ ବସି ହଉନାହିଁ କି ଶୋଇ ହେଉନାହିଁ । ବଜାର ନିକଟ ହାଟ ପଦାରେ ମଧ୍ୟ ସେହି ସମାନ ସ୍ଥିତି । ଆବର୍ଜନା ଜମି ରହୁଥିବା ଯୋଗୁଁ ମାର୍କେଟରେ ଦୁର୍ଗନ୍ଧ ହେଉଛି । ବଜାର ଅଳିଆ ଆବର୍ଜନା ପକାଇବା ନିମନ୍ତେ ପଞ୍ଚାୟତ ପକ୍ଷରୁ କୌଣସି ସ୍ଥାନ ନିରୂପଣ ହୋଇନଥିବା ଯୋଗୁଁ ବଜାର ଲୋକ ସମସ୍ତ ଅଳିଆ ଆବର୍ଜନା ହାଟପଦାରେ ଫୋପାଡୁଛନ୍ତି । ଏପରିକି ବଜାରରେ କୌଣସି ଡଷ୍ଟବିନ ଦିଆଯାଇନଥିବା ଯୋଗୁଁ ଅଳିଆ ଆବର୍ଜନା ବାହାରେ ପଡୁଥିବା ଦେଖିବାକୁ ମିଳିଛି । ଏଣୁ ପଞ୍ଚାୟତ ପକ୍ଷରୁ ସମସ୍ତ ଡ୍ରେନ ସଫା କରିବା ସହ ବଜାରରେ ଡଷ୍ଟବିନ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.