ଗଛରେ ପିଟି ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକର ସଦର ଥାନା ଅନ୍ତର୍ଗତ ଗୁମାଗଡ ଠାରେ ଗଛରେ ପିଟି ହୋଇ ଜଳିଗଲା କାର,ଅଳ୍ପକେ ବର୍ତିଲେ ପରିବାର ଲୋକେ।ସୂଚନାନୁସାରେ ଫୁଲବାଣୀରୁ ଭଞ୍ଜନଗର ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ଶନି ମନ୍ଦିର ନିକଟରେ କାର ଦୁର୍ଘଟଣାରେ ଗୋଟିଏ ପରିବାରର ସମସ୍ତେ ଆହତ ହୋଇଛନ୍ତି । ସେ ଏବେ କିଛି ମାସ ତଳେ ଗାଡି କିଣିଥିଲେ । ଗାଡ଼ିଟିର ଅବସ୍ଥା ଯେମିତି ଦୃଶ୍ୟମାନ ହୋଇଛି ସତେ ଯେପରି କିଛି ବଡ଼ ଅଘଟଣ ଘଟିଥିବ କିନ୍ତୁ ଭାଗ୍ୟ ଭଲ କାହାର ବିଶେଷ କିଛି ହୋଇନି।ଆହାତ ମାନେ ହେଲେ ଫୁଲବାଣୀ କୃଷି ବିଭାଗର କର୍ମଚାରୀ ଶଙ୍କର ବେହେରା, ଓ ପତ୍ନୀ ନମିତା ବେହେରା ଓ ପିଲା ମାନେ । ନମିତା ବିଜେପି ଟିକେଟରେ ଫୁଲବାଣୀ ମୁନିସପାଲିଟିର ୭ ନମ୍ବର କାଉନସିଲର ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଆଜି କୌଣସି କାମରେ ନିଜ କାର ଯୋଗେ ଫୁଲବାଣୀ ରୁ ଭଞ୍ଜନଗର ଯାଉଥିଲେ।ତେବେ ଗୁମାଗଡ଼ ନିକଟରେ ଭାରସାମ୍ୟ ହରାଇ କାରଟି ରାସ୍ତାକଡ଼ ଗଛରେ ପିଟିହୋଇ ଯିବା ଫଳରେ ସମସ୍ତେ ଆହାତ ହୋଇଥିଲେ ହେଁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଥିବା କୁହାଯାଉଛି ।ଖବରପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.