ସୁନ୍ଦରଗଡ଼ରେ ବାଜିମାରିଲା ଭାରତୀୟ ଜନତା ପାର୍ଟି : ପୌର ଅଧ୍ୟକ୍ଷ ହେଲେ ବିଜପିର ତନୟା ମିଶ୍ର…

ସୁନ୍ଦରଗଡ଼ / ରାଉରକେଲା : ସୁନ୍ଦରଗଡ ଜିଲ୍ଲା ପୌର ନିର୍ବାଚନରେ ବିଜୁ ଜନତା ଦଳ ଦୁଇଟି ମୁନିସିପାଲିଟିର ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ବିଜେପି ଖାତାରେ ଗୋଟିଏ ଅଧ୍ୟକ୍ଷ ପଦ ଯାଇଛି।
ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷ ନିର୍ବାଚନରେ ବିଜେପି ର ତନୟା ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ରଞ୍ଜନା ପଣ୍ଡାଙ୍କୁ ଏକ ହଜାରରୁ ଉର୍ଦ୍ଧ୍ବ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ରାଜଗାଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ମାଧୁରୀ ଲୁଗୁନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟି ର କୂଳଦୀପ ସିଂ ଙ୍କୁ ୩୦୦୦ ରୁ ଉର୍ଦ୍ଧ୍ବ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ସେହିପରି ବିରମିତ୍ରପୁର ପୋୖର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସନ୍ଦୀପ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ସୁନୀଲ ତିୱାରୀ ଙ୍କୁ ୮୦୦୦ ରୁ ଉର୍ଦ୍ଧ୍ବ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ନିଜନିଜ ଦଳର ପ୍ରାର୍ଥୀ ମାନେ ବିଜୟ ଲାଭ କରିବା ପରେ ଉଭୟ ବିଜେପି ଏବଂ ବିଜେଡି ଶିବିରରେ ଖିସିର ମୋହଲ ଦେଖା ଦେଇଛି।

nis-ad
Leave A Reply

Your email address will not be published.