କନ୍ଧମାଳ : ପୌରପରିଷଦରେ ବିଜେପି, ଦୁଇ ଏନଏସିରେ ବିଜେଡି ବିଜୟୀ

ଫୁଲବାଣୀ : ଫୁଲବାଣୀ ପୌର ପରିଷଦରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀନୀ ସ୍ମିତା ରାଣୀ ପଟ୍ଟନାୟକ ବିଜୟୀ ହୋଇଥିବା ବେଳେ ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ ଓ ଜି. ଉଦୟଗିରି ଏନଏସିରେ ବିଜେଡି ପ୍ରାର୍ଥନୀ ଭାନୁ ପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି | ଜି.ଉଦୟଗିରି ଏନଏସିରେ ବିଜେଡି ପ୍ରାର୍ଥୀନୀ ଭାନୁ ପ୍ରଭା ମିଶ୍ର ସ୍ଵାଧୀନ ପ୍ରାର୍ଥୀ ମିତାରାଣୀ ପାତ୍ରଙ୍କ ଠାରୁ ୩୨୦ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ସେହିପରି ୧୩ ୱାର୍ଡ ମଧ୍ୟରୁ ୧, ୪, ୬, ୭, ୧୧, ୧୨, ୧୩ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୩, ୯, ୧୦, ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ଗୋଟିଏରେ ସ୍ଵାଧୀନ ଓ ଗୋଟିଏରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି |

ସେହିପରି ଫୁଲବାଣୀରେ ବିଜେପି ପାର୍ଥିନୀ ସ୍ମିତା ରାଣୀ ମହାନ୍ତି ବିଜେଡି ପ୍ରାର୍ଥନୀ ପୁନମ କହଁରଙ୍କୁ ୭୭୯ ଭୋଟରେ ପରାସ୍ତ କରି ବିଜୟ ହୋଇଛନ୍ତି । ବିଜେପି ପ୍ରାର୍ଥନୀ ସ୍ମିତାରାଣୀ ୬୧୭୫ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀନି ୫୩୯୬ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀନୀ ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି କାଉନସିଲର ବିଜେଡି ୧, ୨, ୪, ୭, ୮, ୯, ଓ ୧୩, ୱାର୍ଡରେ ବି ଜୟୀ ହୋଇଛନ୍ତି । ବିଜେପି ୫,୬, ୧୧ ଓ ୧୨. ୱାର୍ଡ ରେ ବିଜୟୀ ହୋଇଛନ୍ତି । ତେବେ ୩.୧୦ ୱାର୍ଡରେ ସ୍ଵାଧୀନ ପ୍ରାର୍ଥୀ ବିଜୟି ହୋଇଛନ୍ତି । କଂଗ୍ରେସ ଖାତା ଖୋଲି ପାରିଲାନି ଫୁଲବାଣୀରେ ।ସେହିପରି ବାଲିଗୁଡା ଏନଏସିରେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ କଂଗ୍ରେସ ପାର୍ଥୀଙ୍କ ଠାରୁ ୩ ହଜାର ୫୩୪ ଚଉତି ରିଶ ଭୋଟରେ ବିଜୟି ହୋଇଛନ୍ତି ।

nis-ad
Leave A Reply

Your email address will not be published.