ଖଲ୍ଲିକୋଟ ; ୧୮୭୬ ଭୋଟ ବ୍ୟବଧାନ ରେ ଇଂ ନିରଞ୍ଜନ ବେହେରା ହେଲେ ବିଜେଡି ନଗରପାଳ…

ଖଲ୍ଲିକୋଟ / ଛତ୍ରପୁର : ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ ର ଶେଷ ଭୋଟ ଗଣତି ପରେ ଇଂ .ନିରଞ୍ଜନ ବେହେରା ୧୮୭୬ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଥିବା ଜଣାପଡିଛି l ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାଇ ବିଜୟୀ ନଗରପାଳ ଶ୍ରୀ ବେହେରା ୪୩୫୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ର|ଥିନି ଭାରତୀ ବେହେରା ୨୪୮୧ ଖଣ୍ଡ ଭୋଟ ପାଇଛନ୍ତି | ଖଲ୍ଲିକୋଟ ପୌର ପରିଷଦ ର ୧୨ ଗୋଟି ୱାର୍ଡ ମଧ୍ୟରୁ ଏକ ନମ୍ବର ୱାର୍ଡ ରୁ ପ୍ରଦୀପ ଚନ୍ଦ୍ର ପଟ୍ଟନାୟକ ( ବିଜେଡି ) ୱାର୍ଡ ନମ୍ବର ୨ ରୁ ନାରାୟଣ ପାଢ଼ୀ ( ବିଜେଡି ) ୱାର୍ଡ ନମ୍ବର ୩ ରୁ ସୁଜାତା ସାମନ୍ତରା ଓ ୱାର୍ଡ ନମ୍ବର ୪ ରୁ ବଳରାମ ବେହେରା ( ବିଜେଡି ) ୱାର୍ଡ ନମ୍ବର ୫ ରୁ ଅନିତା କୁମାରୀ ସବର ( ବିଜେଡି ) ୱାର୍ଡ ନମ୍ବର ୬ ରୁ ଲିଲି ସାହୁ ( ବିଜେଡି ) ୱାର୍ଡ ନମ୍ବର ୭ ରୁ ସଂତୋଷୀ ଦାସ ( ବିଜେଡି ) ୱାର୍ଡ ନମ୍ବର ୮ ରୁ remati ଦାସ ( ବିଜେଡି ) ୱାର୍ଡ ନମ୍ବର ୯ ରୁ ଅଶୋକ ସେଠି ( ବିଜେଡି ) ୱାର୍ଡ ନମ୍ବର ୧୦ ରୁ ଅମିତା କୁମାରୀ ତ୍ରିପାଠୀ ( ବିଜେପି ) ଓ ୱାର୍ଡ ନମ୍ବର ୧୧ ରୁ ନାରାୟଣ ବାରିକ ( ବିଜେଡି ) ୱାର୍ଡ ନମ୍ବର ୧୨ ରୁ କାଳିଆ ପରିଡା ( ବିଜେଡି ) କାଉନ୍ସିଲ୍ର ଭାବେ ବିଜୟୀ ହୋଇଥିବା ଜଣାପଡିଛି l ତେବେ ଖଲ୍ଲିକୋଟ ପୌର ପରିଷଦ ର ୨ ନମ୍ବର ୱାର୍ଡ ରେ ଦୀର୍ଘ ୨୫ ବର୍ଷ ର କଂଗ୍ରେସ ଦୁର୍ଗ କୁ ଭାଙ୍ଗି ବିଜେଡି ରୁ ନାରାୟଣ ପାଢ଼ୀ ନିର୍ବାଚିତ ହୋଇଥିବା ବେଳେ ପରିଷଦ ବିଜେଡି ଦୁର୍ଗ ଭାବେ ପରିଚିତ ୧୦ ନମ୍ବର ୱାର୍ଡ ତଥା bijayiନଗରପାଳ ଶ୍ରୀ ବେହେରା ଙ୍କ ଭିଟା ମାଟି ରେ ପଦ୍ମ ଫୁଟିଥିବା ଦେଖିବାକୁ ମିଳିଛି l ତେବେ କଂଗ୍ରେସ ଦଳ ତରଫରୁ ସର୍ବାଧିକ ଯୋଗ୍ୟତା ଥିବା ନଗରପାଳ ପାର୍ଥୀ ଯତୀନ୍ଦ୍ର ସେଠି ମାତ୍ର 363 ଭୋଟ ପାଇ ପରାଜୟ ବରଣ କରିଥିବା ଜଣାପଡିଛି l ବିଜେପି ର ପ୍ରତିକ୍ରିୟା — ଜନମତ ସମ୍ମାନ ଦେଉଛୁ ବୋଲି ବିଜେପି ନେତା ଅନିଲ ପଣ୍ଡା ଙ୍କ ଠାରୁ ପ୍ରକାଶ l କଂଗ୍ରେସ ର ପ୍ରତିକ୍ରିୟା ରେ ପାର୍ଥି ଯତୀନ୍ଦ୍ର ସେଠି ଏହା କଳାଟଙ୍କା ର ପ୍ରଭାବ ବୋଲି ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.