କନ୍ଧମାଳର ୨ ଏନଏସି ଓ ଗୋଟିଏ ମୁନିସିପାଲଟିରେ ହେଉଛି ଭୋଟ ଗ୍ରହଣ…

ଫୁଲବାଣୀ– ଆଜି ହେଉଛି ପୌର ନିର୍ବାଚନ I ସକାଳ ୮ଘଣ୍ଟାରୁ ସଂଧ୍ୟା ୫ ଘଣ୍ଟା ଯାଏ ଭୋଟ ଗ୍ରହଣ ହେବ। ଜିଲାର ଫୁଲବାଣୀ ମୁନିସପାଲଟି ସମେତ ଜି. ଉଦୟଗିରି ଓ ବାଲିଗୁଡ଼ା ଏନଏସିରେ ହେଉଛି ଭୋଟ ଗ୍ରହଣ । ଏ ସବୁ ପୌର ନିର୍ବାଚନ ପାଇଁ ମୋଟ ୫୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ ମୁନିସପାଲଟି ପାଇଁ ୨୮ଟି ଭୋଟ ଗ୍ରହଣ କେନ୍ଦ୍ର ରେ ମତଦାନ ସାବ୍ୟସ୍ତ ହେଉଥିବା ବେଳେ ଜି.ଉଦୟଗିରି ଏନଏସିପାଇଁ ୧୩ଟି ଭୋଟ ଗ୍ରହଣ କେନ୍ଦ୍ର ଓ ବାଲିଗୁଡ଼ାଏ ନଏସି ପାଇଁ ୧୭ଟି ଭୋଟ ଗ୍ରହଣ କେନ୍ଦ୍ର ରେ ହେଉଛି ଭୋଟ ଗ୍ରହଣ। ସେହିପରି ଫୁଲବାଣୀରେ ୩ଟି ପିଙ୍କ ବୁଥ କରାଯାଇଥିବାବେଳେ ବାଲିଗୁଡ଼ା ଓ ଜି.ଉ ଦୟଗିରିରେ ଗୋଟିଏ ଲେଖାଁଏ ପିଙ୍କ ବୁଥ କରାଯାଇଛି । ଭୋଟଗ୍ରହଣ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ରଖିଛି । ଏଥର ଭୋଟର ଇଭିଏମ ମେସିନରେ ଭୋଟ ଦେବେ। ଗୁରୁ ବାର ଫୁଲବାଣୀର ୨୫ହଜାର ୫୨୦ ଜଣ ଭୋଟର ୨୭ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥର ଅଧ୍ଯକ୍ଷ ପଦବୀ ପାଇଁ ସିଧାସଳଖ ଭୋଟ ହେଉଥିବାରୁ ଭୋଟର ଦୁଇଟି ଭୋଟ ଦେବେ। ଗୋଟିଏ ଅଧ୍ଯକ୍ଷ ଓ ଗୋଟିଏ କାଉନସିଲର ପାଇଁ ଭୋଟ ଦେବେ। ସେହିପରି ବାଲିଗୁଡା ଏନଏସିରେ ୧୪ ହଜାର ୭୦୪ ଜଣ ଭୋଟର ୧୭ଟି ମତଦାନ କେନ୍ଦ୍ରରେ ମତାଧିକାରସାବ୍ୟସ୍ତ କରିଛନ୍ତି। ସେହିପରି ଜି. ଭଦୟଗିରି ଏନଏସିରେ ୧୩ଟି ମତଦାନ କେନ୍ଦ୍ରର। ୮ ହଜାର ୧୮୫ ଜଣଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତା ୨୬ରେ ଭୋଟ ଗଣତି ହେବ।

nis-ad
Leave A Reply

Your email address will not be published.