ପୋୖରାଞ୍ଚଳ ନିର୍ବାଚନ ,ପିଙ୍କ ବୁଥ ରେ ଚାଲିଛ ମତ ଦାନ…

ମାଲକାନଗିରି : ଜିଲ୍ଲାରେ ଚାଲିଛି ପୌରପରିଷଦ ନିର୍ବାଚନର ମହୋତ୍ସବ । ଏହି ପୌରପରିଷଦ ନିର୍ବାଚନର ପାଇଁ ମାଲକାନଗିରି ରେ 19 ଟି ୱାର୍ଡ ରେ 29 ବୁଥ ଓ 3 ଟି ପିଙ୍କ ବୁଥ ଆୟୋଜନ କରାଯାଇଛି l ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପିଙ୍କବୁଥ ର ବ୍ୟବସ୍ତା ଥିଲାବେଳେ ପ୍ରଶାସନ ର କଡା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ l ମାଲକାନଗିରି ସଦର ମହକୁମା ନିକଟ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଓ ମହିଳା ମହା ବିଦ୍ୟାଳୟରେ 2 ଟି ପିଙ୍କ ବୁଥର ଆୟୋଜନ କରାଯାଇଛିl ସକାଳ 8 ଟା ରୁ ସନ୍ଧ୍ୟା 5 ଘଟିକା ପଯ୍ୟନ୍ତ ମତଦାନ ଜାରି ରହିବ l ଏହି ପିଙ୍କବୁଥ ଗୁଡିକୁ ମାଲକାନଗିରି ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା l ବୁଥରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଗୋଲାପ ରଙ୍ଗରେ ସୁସଜ୍ଜିତ କରାଯାଇଛି l ଭୋଟର ମାନେ ଭୋଟ ଦେବା ପରେ ବୁଥକୁ ଆସୁଥିବା ଭୋଟରଙ୍କୁ ଫୁଲ ଚନ୍ଦନ ହଳଦୀ ଚାଉଳରେ ବନ୍ଦାପନା କରି ଗୋଲାପ ଫୁଲ ହାତରେ ଦେଇ ହୁଳୁହୁଳୁ ପକାଇ ସ୍ୱାଗତ କରାଯାଉଥିଲା l ପ୍ରଥମଥର ପୌରପରିଷଦ ନିର୍ବାଚନରେ ଭାଗ ନେଇଥିବା ଯୁବପିଢ଼ି ଭୋଟ ଦେବା ପାଇଁ ଆନନ୍ଦର ସହ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା l

nis-ad
Leave A Reply

Your email address will not be published.