ପୋୖର ପରିଷଦ ଲାଗି ଭୋଟ ଗ୍ରହଣ : ରାଜଗାଙ୍ଗପୁର , ବିରମିତ୍ରପୁର , ସୁନ୍ଦରଗଡରେ ଭୋଟ ଗ୍ରହଣ…

ରାଉରକେଲା : ରାଜ୍ୟରେ ଆଜି ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲା ର ତିନୋଟି ପୌରପରିଷଦ ପାଇଁ ଆଜି ସକାଳ ୮ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଜିଲା ର ସୁନ୍ଦରଗଡ଼ , ରାଜଗାଙ୍ଗପୁର ଓ ବିରାମିତ୍ରପୁର ପୌରପରିଷଦ ପାଇଁ ଅନୁଷ୍ଠିତ ହେଉଛି ନିର୍ଵାଚନ ।
ସୁନ୍ଦରଗଡ଼ ପୌରପରିଷଦ ର ୧୯ ଟି ୱାର୍ଡ ରେ ୩୮ହଜାର ଭୋଟର ମତସାବ୍ୟସ୍ତ କରୁଥିବା ବେଳେ ୧୯ ଟି ୱାର୍ଡ ପାଇଁ ୩୮ ଗୋଟି ବୁଥ କରାଯାଇଛି । ଯେଉଁଥିରୁ ୨୫ ଟି ସମ୍ବେଦନଶୀଳ ଏବଂ ୪ ଟି ଅତିସମ୍ବେଦନଶୀଳ ବୁଥ ରହିଛି । ସେହିପରି ରାଜଗାଙ୍ଗପୁର ରେ ୨୦ ଟି ୱାର୍ଡ ରେ ୪୮ହଜାର ଭୋଟର ନିଜର ମତସାବ୍ୟସ୍ତ କରିବେ । ଏହା ପାଇଁ ୪୯ ଟି ବୁଥ କରାଯାଇଥିବା ବେଳେ ସେଥି ମଧ୍ୟ ରୁ ୩୦ ଟି ସମ୍ବେଦନଶୀଳ ବୁଥ ରହିଛି । ବୀରମିତ୍ରପୁର ରେ ସେହିପରି ୧୧ ଟି ୱାର୍ଡ ର ୨୪ହଜାର ଭୋଟର ମତସାବ୍ୟସ୍ତ କରୁଛନ୍ତି । ଏଠାରେ ୨୨ ଟି ବୁଥ ମଧ୍ୟ ରୁ ୧୩ ଟି ସମ୍ବେଦନଶୀଳ ବୁଥ ରହିଛି । ନିର୍ବାଚନ କୁ ସୁରୁଖୁରୁ ରେ ସମ୍ପର୍ଣ୍ଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷ ରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫୫ଜଣ ଅଧିକାରୀ , ୧୪୩ ଜଣ ପୋଲିସ କର୍ମୀ ଙ୍କ ସହିତ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗତକାଲି ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଥିଲା। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।

nis-ad
Leave A Reply

Your email address will not be published.