ବିଶ୍ଵ ବନ ଦିବସରେ ରାଜ୍ୟ ସ୍ତରରେ ବନପାଳ ପୁରସ୍କୃତ…

ଦାରିଙ୍ଗବାଡି :, ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ନେଇଁ ଦେଶ ବିଦେଶର ବୁଦ୍ଧିଜୀବୀ ମହଲରେ ଚିନ୍ତାର କାରଣ ପାଲଟିଛି। ଜଙ୍ଗଲ ଅବକ୍ଷୟକୁ ରୋକିବା, ନୂତନ ଜଙ୍ଗଲ ସୃଷ୍ଟି ନେଇଁ ବନ ବିଭାଗର ଯଥେଷ୍ଟ ଭୂମିକା ରହିଥିବା ବେଳେ ସର୍ବସାଧାରଣରେ ଆମେ ସମସ୍ତେ ସଚେତନ ହେବାର ସମୟ ପହଞ୍ଚି ଆସିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବନାଞ୍ଚଳରେ କାର୍ଯ୍ୟରତ ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ ନିଜର କାର୍ଯ୍ୟ ଦକ୍ଷତା ପାଇଁ ୨୦୨୨ର ବିଶ୍ବ ବନ ଦିବସ ପାଳନ ଅବସରରେ ରାଜ୍ୟ ସ୍ତରରେ ‘ବେଷ୍ଟ ଫରେଷ୍ଟର ପୁରସ୍କାର’ ପାଇ ଗୌରବ ଅର୍ଜନ କରିଛନ୍ତି। ସେ ତିନୋଟି ବିଭାଗ ଯଥା ଫରେଷ୍ଟ ପ୍ରୋଟେକ୍ସନ ୱାଇଲ୍ଡ ଲାଇଫ ମ୍ୟାନେଜମେଣ୍ଟ ଓ ପ୍ଲାଣ୍ଟେସନ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇ ପାରିଥିବାରୁ ତାଙ୍କ କାର୍ଯ୍ୟ ଦକ୍ଷତାକୁ ତର୍ଜମା କରି ବିଭାଗ ପକ୍ଷରୁ ରାଜ୍ୟସ୍ତରରେ ପୁରସ୍କାର ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ କାର୍ଯ୍ୟ ଦକ୍ଷତାରୁ ବ୍ରାହ୍ମଣୀଗାଁ ବନାଞ୍ଚଳ ପାଇଁ ଏକ ଗୌରବର ବିଷୟ ହୋଇଥିବା ବେଳେ ବନାଞ୍ଚଳର ସମସ୍ତ କର୍ମଚାରୀ ଓ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି।

nis-ad
Leave A Reply

Your email address will not be published.