ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ସଚେତନତା


ହିଞ୍ଜିଳିକାଟୁ (୨୧/୩): ଚଳିତ ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ହିଞ୍ଜିଳିକାଟୁ ପୌର ପରିଷଦ ସକାଶେ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ।ଚଳିତ ପୌର ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।ନିର୍ବାଚନ ପ୍ରକ୍ରିୟାକୁ ଅପରାଧମୁକ୍ତ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ସକାଶେ ସମସ୍ତ ପ୍ରକାର ଆସୁ ଓ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏକ ଭୟଶୂନ୍ୟ ମତଦାନ ପ୍ରକ୍ରିୟା ସକାଶେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ସୋମବାର ଅନ୍ତିମ ପର୍ଯ୍ୟାୟରେ ସହରର ବିଭିନ୍ନ ୱାର୍ଡରେ ଫ୍ଲାଗ ମାର୍ଚ୍ଚ କରା ଯାଇଛି।ପୌର ନିର୍ବାଚନ ମତଦାନ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ହିଞ୍ଜିଳିଥାନା ପରିସରଭୁକ୍ତ ପୋୖରାଞ୍ଚଳରେ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ଜାରି ହୋଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ପୁଲିସ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି । ସୋମବାର ସହରର ରେଗିଡି ସାହି, ନୁଆଁଗଡ,ମାଣିକ ନଗର, ରାଜାସାହି, ମୁଖ୍ୟ ସଡକ, ବିଜୁପଟ୍ଟନାୟକ ଛକ, କାଳୀ ମନ୍ଦିର ଛକ ଓ ହିଞ୍ଜିଳି ଆଦି ଗହଳି ପୂର୍ଣ ସ୍ଥାନ ଗୁଡିକରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଅଯଥା ଗଣ୍ଡଗୋଳ ନକରିବା, କୈାଣସି ସ୍ଥାନରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଲେ ପୋଲିସ ପ୍ରଶାସନକୁ ତତ୍କାଳ ସୂଚନା ପ୍ରଦାନ କରିବା ଓ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ହିଞ୍ଜିଳି ପୋଲିସ ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରାଯିବା ସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସମ୍ପୃକ୍ତ ସ୍ଥାନ ଗୁଡିକରେ ଜନସଚେତନତା ସୃଷ୍ଟି କରାଯାଇଥିଲା । କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା,ହିଞ୍ଜିଳି ଥାନା ଏସ. ଆଇ. ରାଘବ ପ୍ରଧାନ, ଗୋପାଳକୃଷ୍ଣ ଆଗୁପାତ୍ର, ସିଦ୍ଧାର୍ଥ ଜେନା, କାମିଲିନି ନାୟକ, ଏ. ଏସ. ଆଇ. ରାଜନ ବିଷୋୟୀ, ପ୍ରକାଶ ବେହେରା,ଅନନ୍ତ ଶବର, ପ୍ରଦୀପ ଜେନା, ସୁବାଷ ଚନ୍ଦ୍ର ମିଶ୍ର, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ବସନ୍ତ ଉପାଧ୍ୟୟ, ସରୋଜ କୁମାର ରଣସିଂଙ୍କ ସମେତ ହୋମଗାର୍ଡ, କୋବ୍ରା ବାହିନୀଙ୍କ ସମେତ ୧ ପ୍ଳାଟୁନ ପୋଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.