ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ରାଜ୍ୟସ୍ତରୀୟ ପ୍ରଜ୍ଞାରଶ୍ମି ସ୍ମୃତି ସମ୍ମାନ

ଫୁଲବାଣୀ : କନ୍ଧମାଳର ଜଣାଶୁଣା ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କୁ ଶ୍ରୀ ଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ,ଅଗ୍ନିସ୍ପୁଲିଙ୍ଗ, ରାଉରକେଲା ଓ ପୂଜ୍ୟ ପୂଜା ପରିଷଦ, କଟକ ତରଫରୁ ସମ୍ମାନ ଜନକ ରାଜ୍ୟସ୍ତରୀୟ ପ୍ରଜ୍ଞାରଶ୍ମି ସମ୍ମାନ ପ୍ରଦାନ କରାଯାଇଛି l କର୍ମବୀର ଗୌରୀ ଶଙ୍କର ହଲ ପରିସରରେ ଆୟୋଜିତ ଏକ ବର୍ଣ୍ଣlଢ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ନୀଳଗିରି ର ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ ଓ ରାଣୀ ସlହେବା ମନୋଜl ମଞ୍ଜରୀ ହରିଚନ୍ଦନ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ରଜତ କୁମାର କର, ଡ଼ଃ ପ୍ରସନ୍ନ ପାଟଶାଣୀ ଡ଼ଃ ହୁସେନ ରବି ଗାନ୍ଧୀ, ଗୋପୀନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲା ବେଳେ ପଣ୍ଡିତ ପ୍ରବୋଧ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ l
ଡ଼ଃ ନୃସିଂହନାନନ୍ଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନ୍ୟ ଏକ ଅଧିବେଶନରେ କବିତା ପାଠ ଆୟୋଜିତ ହୋଇଥିଲା lପ୍ରଫେସର ମନୋରଞ୍ଜନ ଦାସ, ପୀତବାସ ମିଶ୍ର ଅଧ୍ୟାପକ ପରିକ୍ଷୀତ ସାହୁ, ସଂଗ୍ରାମ କେଶରୀ ସାମନ୍ତରାୟ ଓ ଦିଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ l କବିତା ଓ ନୃତ୍ୟର ଏହି ଯୁଗଳ ବନ୍ଦୀ ବେଶ ଚିତ୍ତାକର୍ଷକ ଥିଲା l ଏହି ଅବସରରେ ଡ଼ଃ ମହାପାତ୍ର ଙ୍କୁ ଉପ ଢ଼ୋକନ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା l ଏହା ପୂର୍ବରୁ ଡ଼ଃ ମହାପାତ୍ର ସାହିତ୍ୟ ରତ୍ନ ପୁରସ୍କାର, ଶିଶିର ବିନ୍ଦୁ ପୁରସ୍କାର ପ୍ରଭୃତି ବହୁ ସମ୍ମାନ ଓ ସମ୍ୱର୍ଦ୍ଧନା ପାଇଛନ୍ତି l ଫୁଲବାଣୀ ସରକାରୀ ଆଇ ଟି ଆଇ ରେ ସହକାରୀ ତାଲିମ ଅଧିକାରୀ ଥିବା ଡ଼ଃ ମହାପାତ୍ର ଓଡିଶା ସାହିତ୍ୟ ରେ ଜଣେ ଜଣାଶୁଣା ନାମ l ତାଙ୍କର କୋଡ଼ିଏ ରୁ ଅଧିକ ପୁସ୍ତକ ବି ପ୍ରକାଶିତ ହୋଇ ବେଶ ପାଠକୀୟ ଆଦୃତି ଲାଭ କରିଛି l ତାଙ୍କର ଏହି କୃତିତ୍ୱ ପାଇଁ ଫୁଲବାଣୀର ସାହିତ୍ୟିକ ମାନେ ଶୁଭେଚ୍ଛା ଦେବା ସହ ବରିଷ୍ଠ କବି କୈଳାଶ ଚନ୍ଦ୍ର ଧଳ ଅଜସ୍ର ଅଭିନନ୍ଦନ ଜଣାଇଛନ୍ତି l

nis-ad
Leave A Reply

Your email address will not be published.