ମନରେଗା ଦୁର୍ନୀତି ତଦନ୍ତ ଆଳରେ ଘଟଣାକୁ ଚପେଇ ଦେଉଛନ୍ତି ଅଧିକାରୀ

ଦାରିଙ୍ଗବାଡ଼ି (୨୧/୦୩) : ସିମନବାଡ଼ି ପଞ୍ଚାୟତରେ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ତଦନ୍ତ ଆଳରେ ଅଧିକାରୀ ଘଟଣାକୁ ଚପେଇ ଦେଉଥିବା ଚର୍ଚ୍ଚା ଜୋରଧରିଥିବା ଜଣାପଡିଛି।ଏଭଳିକି ଦୁର୍ନୀତିରେ ସମ୍ପୃକ୍ତ ଥିବା ଲୋକ, ରାତିଅଧିଆ ଅଧିକାରୀଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି । ତାହା ପୁଣି ଅଫିସ ଛୁଟି ପରେ ଭେଟୁଛନ୍ତି ଦୁର୍ନୀତିରେ ଲିପ୍ତଥିବା କର୍ମଚାରୀ । ସିମନବାଡ଼ି ଗ୍ରାମ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ରାସ୍ତା ନିର୍ମାଣ, ଜମି ଉନ୍ନୟନ କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ମିଥ୍ୟାବିଲ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ କନ୍ଧମାଳ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନଲାଇନ ମାଧ୍ୟମରେ ଅଭିଯୋଗ କରାଯାଇଥିବା ବେଳେ ତାହା ବର୍ତମାନ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟକୁ ତଦନ୍ତ ପାଇଁ ଆସିଥିଲେ ସୁଧା ତାହା ବି ତଦନ୍ତ ଆରମ୍ଭ ହୋଇନାହିଁ। ବରଂ ଯେଉଁମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନଙ୍କୁ ଦାଇତ୍ୱରେ ଥିବା ଅଧିକାରୀ ରାତି ଅଧିଆ ଡାକି ଘଟଣାର ତଦନ୍ତକୁ ଚପାଇ ଦେବାପାଇଁ ଚେଷ୍ଟା କରୁଥିବା ଏବେ ଚର୍ଚା ଜୋର ଧରିଛି । ଏପରିକି ଘଟଣାକୁ ଚପେଇଦେବାକୁ ଟଙ୍କା କାରବାର ମଧ୍ୟ ହେଉଥିବା ଶୁଣିବାକୁ ମିଳୁଛି । ଘଟଣା ସ୍ଥାନକୁ ଅଧିକାରୀ ତଦନ୍ତ ପାଇଁ ନଯାଇ ଏସି ରୁମରେ ବସି ସବୁକାମ ଠିକଠାକ ହୋଇଥିବା କଥା କୁଆଡେ ସାଧାରଣ ଲୋକଙ୍କୁ ଅଧିକାରୀ ସଫେଇଦେଉଥିବା ଶୁଣିବାକୁ ମିଳୁଛି । ଅନ୍ୟ ପଟେ ମନରେଗା ଯୋଜନାର ତଦାରଖ କରିବା ପାଇଁ ବ୍ଲକ ସ୍ତରରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଙ୍କୁ ନିଯୁକ୍ତି ଦିଆଯାଇଥିଲେ ସୁଦ୍ଧା ସେ ନିଜର ତଦାରଖ କାର୍ଯ୍ୟ ସଠିକ ଭାବେ ସମ୍ପାଦନ କରୁନଥିବା ଯୋଗୁଁ ଖାଲି ସିମନବାଡ଼ି ଗ୍ରାମପଞ୍ଚାୟତ ନୁହଁ ବରଂ ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ମନରେଗା ଯୋଜନାରେ ଦୁର୍ନୀତି ବୃଦ୍ଧି ପାଇଥିବା ଦେଖିବାକୁ ମିଳିବା ସହ ମନରେଗା ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟଳୟରେ ଏକାଧିକ ଥର ଅଭିଯୋଗ ବି ହୋଇଛି । ହେଲେ ବ୍ଲକ ଉନ୍ନୟନ ଅଧିକାରୀ ହୁଅନ୍ତୁ ଅବା ଜିଲ୍ଲା ପ୍ରଶାସନର ସଠିକ ତଦନ୍ତ ନହେବା ଫଳରେ ଦୁର୍ନୀତିକୁ ପ୍ରଶୟ ଦେବାଭଳି ମନେ ହେଉଛି । ଏଣୁ ଘଟଣାର ସଠିକ ତଦନ୍ତ କରାଯାଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.