ରାସ୍ତା କଡରେ ଠିଆହୋଇ ଥିବା ଟିପ୍ପର କୁ ଧକ୍କା ଦେଇ ବାଇକ ଚାଳକ ମୃତ…

ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ତୁମକିମାଡକା ଗ୍ରାମ ଠାରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ । ତେବେ ଘଟଣାରୁ ଜଣାପଡିଛି ଯେ ଭେଜାଙ୍ଗିୱ।ଡ଼ା ଗ୍ରାମ ଆଡୁ ଏମ୍ ଭି ୬୬ ଗ୍ରାମ ଅଭିମୁଖେ ଆସୁଥିବା ଏକ ପଲସର ବାଇକ୍ (ଓଡି ୧୦ ଏଚ ୬୧୯୨) ଛିଡା ହୋଇଥିବା ୬ ଚକିଆ ଟିପର(ଓଆର ୦୨ ଏକେ ୫୧୫୧) ପଛପଟେ ଶକ୍ତ ଧକ୍କା ଦେଇଥିଲା । ଯାହାଫଳରେ ପଲସର ବାଇକ୍ ଚାଳକ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ । କେନାଲ କାମରେ ନିୟୋଜିତ ଟିପରଟି କାମସାରି କାଲିମେଳା ଅଭିମୁଖେ ଆସୁଥିବା ବେଳେ ତୁମକିମାଡକା ଗ୍ରାମ ରାସ୍ତା କଡ଼ରେ ଟିପର ରଖି ନିକଟସ୍ଥ କେନାଲ ଠାରେ ଡ୍ରାଇଭର ଗାଧେଇବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାଟି ସନ୍ଧ୍ୟା ପ୍ରାୟ ସାଢ଼େ ୮ ଟାରେ ଘଟିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିଲା । ମୃତ ଯୁବକ ମାଲକାନଗିରି ଜିଲ୍ଲା ମାରିୱଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମ୍ ଭି ୨୮ ଗ୍ରାମ ର ଦିପାନ ସିକଦାର(୨୫) ବୋଲି ଜଣାପଡିଛି । ପୁଲିସ ଘଟଣା ସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି ।

nis-ad
Leave A Reply

Your email address will not be published.