ଜମିପଟା ମାଲିକଙ୍କୁ ମରଣାନ୍ତକ ଆକ୍ରମଣ

ଦାରିଙ୍ଗବାଡ଼ି (୨୦/୦୩) : ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗୁଡ଼ିକା ଗ୍ରାମର ନୀଳିମା ନାୟକଙ୍କର ପଟା ଜମି ଖାତା ନଂ-୧୫୯/୧୦୨, ପ୍ଲଟ ନଂ-୩୪୦କୁ ଗ୍ରାମର କିଛି ଲୋକମାନେ ଜବରଦସ୍ତ ଦଖଲ କରିବା ଘଟଣାକୁ ନେଇ ବାଲିଗୁଡ଼ା ଉପ ଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ନିର୍ଦ୍ଦେଶ କ୍ରମେ ଗତ ୧୮.୩.୨୦୨୨ତାରିଖ ଦିନ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ପୋଲିସ ଫୋର୍ସ ନେଇ ଗୁଡ଼ିକା ଗ୍ରାମରେ ଥିବା ପଟା ଜମି ଖାତା ନଂ-୧୫୯/୧୦୨, ପ୍ଲଟ ନଂ-୩୪୦ ରେ ପହଞ୍ଚି ଜମି ଚିହ୍ନଟ କରି ଖୁଣ୍ଟ ପୋତିବା ସମୟରେ ଜବରଦଖଲ କରୁଥିବା ଗୋଷ୍ଠୀ ଜମି ମାଲିକ ତଥା ନୀଳିମା ନାୟକ , ନୀଳିମାଙ୍କ ସ୍ୱାମୀ ସୁନିଲ କୁମାର ନାୟକ ଓ ଦିଅର ତଥା ସୁନିଲର ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଓ ଜମି ନଛାଡିଲେ ହତ୍ଯା ଧମକ ଦେଇଥିବା ଅଭିଯୋଗ ରହିଛି । ପୋଲିସ ଆହତ ହୋଇଥିବା ୩ଜଣଙ୍କୁ ଗାଡ଼ିରେ ବସାଇ ଆଣି ଚିକିତ୍ସା କରିବା ସହିତ ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଲିଖିତ ଅଭିଯୋଗ ପ୍ରକାରେ ଗ୍ରାମର ୧୩ଜଣଙ୍କ ନାମରେ କେସ ନଂ-୨୦/୨୨, ଦଫା ୩୪୧ /୩୨୩/ ୩୭୯/ ୩୫୪/ ୨୯୪/ ୫୦୬ ୩୪ ଆଇପିସି ରେ ମକଦମା ରୁଜୁକରି ଥିବା ଜଣାପଡ଼ିଛି । ସୁରକ୍ଷା ବାହୀନୀଙ୍କ ଉପସ୍ଥିତି ରେ ଜମି ଜବର ଜବରଦଖଲ କାରୀ ମାନେ କେଉଁ ସାହାସରେ ମରଣାନ୍ତକ ଆକ୍ରମଣକଲେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେବାସହିତ ପ୍ରଶାସନ ଏଥିପ୍ରତି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି । ଏହି ଘଟଣାରେ ଅଭିଯୋଗ କାରି ବାଲିଗୁଡ଼ା ଉପ ଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରିବା ସହ ଲିଖିତ ଅଭିଯୋଗ ଦେବା ପାଇଁ ଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

nis-ad
Leave A Reply

Your email address will not be published.