ଜଗା ଦର୍ଶନରେ ଅବ୍ୟବସ୍ଥା: NHRCଙ୍କ ନିକଟରେ ଅଭିଯୋଗ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ନେଇ ବଢୁଥିବା ଅବ୍ୟବସ୍ଥା ପ୍ରସଙ୍ଗ । ଜାତୀୟ ମାନବାଧିକାର କମିଶନ(NHRC)ଙ୍କ ନିକଟରେ ହେଲା ଅଭିଯୋଗ । ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ ଲାଗୁଥିବା ବେଳେ ପ୍ରବଳ ଖରାରେ ଭକ୍ତମାନେ କଲବଲ ହେଉଛନ୍ତି । ଏହି ଘଟଣାର ସମାଧାନ ନେଇ ଜାତୀୟ ମାନବ ଅଧିକାର କମିଶନରେ ଏକ ଅଭିଯୋଗ ଦାଏର ହୋଇଥିବା ଜଣାପଡ଼ିଛି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ବଢିବାରେ ଲାଗିଛି ଭକ୍ତଙ୍କ ଦୁର୍ଦ୍ଦଶା । ବଡ଼ଦାଣ୍ଡରେ ଲାଗୁଛି ଭକ୍ତଙ୍କ ଲମ୍ବା ଧାଡ଼ି । ପ୍ରବଳ ଖରାରେ କଲବଲ ହେଉଛନ୍ତି ଭକ୍ତ । ଏହି ଘଟଣାର ସମାଧାନ ନେଇ ଜାତୀୟ ମାନବ ଅଧିକାର କମିଶନରେ ଏକ ଅଭିଯୋଗ ଦାଏର ହୋଇଛି । ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆଙ୍କ ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଗତ କିଛି ବର୍ଷ ହେବ ଶ୍ରୀମନ୍ଦିରରେ ଦର୍ଶନ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।

ଦର୍ଶନ ସମୟରେ ଯେତିକି ଶୃଙ୍ଖଳା ହେବା କଥା, ଭକ୍ତଙ୍କୁ ଯେତିକି ସୁବିଧା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବା କଥା ତାହା ହେଉନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେବେ ଏହି ପ୍ରସଙ୍ଗ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପହଁଚିବା ପରେ ଏନଏଚଆରସି କଣ ପଦକ୍ଷେପ ନେଉଛନ୍ତି ତାହାଙ୍କୁ ସଭିଙ୍କ ଅପେକ୍ଷା ।

nis-ad
Leave A Reply

Your email address will not be published.