କଟକରେ ସାଇବର ଠକ ଗିରଫ

କଟକ: କଟକ ସାଇବର ଥାନାକୁ ମିଳିଛି ବଡ ସଫଳତା । ସାଧାରଣ ଲୋକଙ୍କୁ ଫୋନ୍ କରି ସାଇବର ଠକେଇ କରୁଥିବା ଜଣେ ସାଇବର ଠକକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱରର ଦିପକ ଦାସ । ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଲକ୍ଷ ଟଙ୍କା, ୧୧ଟି ମୋବାଇଲ ଫୋନ, ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ସିମ୍ କାର୍ଡ ଜବତ କରିଛି । ଅଭିଯୁକ୍ତ ଜଣକ ରାଜ୍ୟ ତଥା ରାଜ୍ୟ ବାହାରେ ସାଇବର ଠକେଇ କରୁଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତ ୨୮ ତାରିଖରେ କଟକର ଜଣେ ବ୍ୟକ୍ତିଙ୍କୁ ଫୋନ କରି ତାଙ୍କ ସିମ୍ ବନ୍ଦ ହୋଇଯିବ ବୋଲି କହି ଦୁଇଟି ଆପ ଡାଉନଲୋଡ କରିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ସେହି ଆପ ଦୁଇଟି ଆକ୍ଟିଭ କରିବା ପରେ ତାଙ୍କ ଆକାଉଣ୍ଟରୁ ୪ ଲକ୍ଷରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିଲା ।

ଉକ୍ତ ବ୍ୟକ୍ତି ଜଣକ ସାଇବକ ଠକାମିର ଶିକାର ହେବା ପରେ କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

nis-ad
Leave A Reply

Your email address will not be published.