ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର : ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଅଭିଯୁକ୍ତ ହିମାଂଶୁ ଭଣ୍ଡାରୀ କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ହିମାଂଶୁଙ୍କୁ ନୋଏଡାରୁ ଗିରଫ କରିଛି ଇଓଡ଼ବ୍ଲ୍ୟୁ ।

ଖବର ଅନୁଯାୟୀ, ନିଜକୁ ଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଲୋକଙ୍କୁ ଠକେଇ କରୁଥିଲେ । ୨୦୧୯ରେ ଯୋଡାର ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ ଫୋନ୍‌ କରି ଠକେଇ କରିଥିଲେ ।

ଏନେଇ ପ୍ରମୋଦ ୩ ଥର ଅଭିଯୋଗ କରିଥିଲେ । ଶେଷରେ ପ୍ରମୋଦଙ୍କ ଅଭିଯୋଗ ଆଧାରରେ ହିମାଂଶୁଙ୍କୁ ନୋଏଡ଼ାରୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଇଓଡ଼ବ୍ଲ୍ୟୁ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ପଚରାଉଚରା କରୁଛି ଇଓଡ଼ବ୍ଲ୍ୟୁ ।

nis-ad
Leave A Reply

Your email address will not be published.