ମାଲକାନଗିରି ବିଏସଏଫ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ


ମାଲକାନଗିରି : ଆଜି ମାଲକାନଗିରି ବିଏସଏଫ ପକ୍ଷରୁ ମାଲକାନଗିରି ଜିଲ୍ଲାର ସୁରକ୍ଷା ତଥା ବିକାଶରେ ବିଏସଏଫ ର ଭୂମିକା କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ବିଏସଏଫ ଆଇଜି ସତିଶ ଚନ୍ଦ୍ର ବୁଡ଼ାକଟି ଦୀର୍ଘ ବର୍ଷ ଧରି ଓଡିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ସୀମାବର୍ତ୍ତି ଅଞ୍ଚଳକୁ ମିଶାଇ ବିଚ୍ଛିନ୍ନା ଅଂଚଳରେ ମାଓବାଦୀ ଙ୍କ ଦବଦବା ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଅଞ୍ଚଳ ବାସୀ ଭୟର ବାତାବରଣରେ ଦିନଅବାହିତ କରରୁଥିଲେ । ଇଛା ନଥିଲେ ମଧ୍ୟ ମାଓବାଦୀ ଙ୍କୁ ସାଧାରଣ ଜନତା ସାହାଯ୍ୟ କରିବାକୁ ବାଧ୍ୟ ହୋଉଥିଲେ । ଦୀର୍ଘ ଦିନଧରି ପୋଲିସ ଓ ସାଧାରଣ ଲୋକଙ୍କ ନର ସଂହାର କରୁଥିଲେ ମାଓବାଦୀ । ବିଭିନ୍ନ ଉନ୍ନୟନ ମୂଳକ କାମକୁ ବିରୋଧ କରିବା ସହ ଭୟର ବାତାବରଣ ରେ ଲୋକେ ଦିନକାଟିବା କୁ ବାଧ୍ୟ ହେଉଥିଲେ ।୨୦୧୦ ମସିହାରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବିଏସଏଫ ବହିନୀ ଆଗମନ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ସ୍ଥାପନ ପରେ ଏହି ଅଞ୍ଚଳର ଗୁଡିକ ଧୀରେ ଧୀରେ ମାଓବାଦୀ ଙ୍କ ଭୟ ମୁକ୍ତ ହେବାକୁ ଆରମ୍ଭ କରିଥିଲା ।
ଜିଲ୍ଲା ପୋଲିସ ଡିଭିଏଫ ଜବାନ ଙ୍କ ସହ ସମ୍ମିଳିତ ଭାବେ ଅଭିଯାନ ଆରମ୍ଭ କରିବାସହ ଜିଲ୍ଲାର ବିଭିନ୍ନ ମାଓଉପଦ୍ରୁତ ଅଞ୍ଚଳରେ କ୍ୟାମ୍ପ ସ୍ଥାପନ କରିବା ଏବଂ ଅଂଚଳବାସୀ ଙ୍କ ସହ ମିଶି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ନିତିଦିନିଆ ସାମଗ୍ରୀ ବଣ୍ଟନ କରି ଜନସାଧାରଣ ଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି । ବିଏସଏଫ ସହୟତାରେ ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ଆରମ୍ଭ ହୋଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ ହୋଇ ଥିଲା ବୋଲି ଶ୍ରୀ ବୁଡାକୋଟି ବକ୍ତବ୍ୟ ରହିଥିଲେ । ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ଭଳି ମାଓବାଦୀ ପ୍ରବଣ ଅଞ୍ଚଳରେ ମାଓ ପ୍ରଭାବ ହ୍ରାସ ସହ ରାସ୍ତା ଘାଟ,ଶିକ୍ଷା, ସ୍ୱାସ୍ଥ୍ୟ ର ବିକାଶ ଦେଖାଦେଇଛି । ସମସ୍ତ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ସହ ଯୋଗାଯୋଗ ସମ୍ଭବ ହୋଇଛି । ଜଳ ବନ୍ଦୀ ଜିବନ ଯାପନ କରୁଥବା ୧୫୧ଗୋଟି ଗ୍ରାମ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ବିଏସଏଫ ପକ୍ଷରୁ ଏକ ମୋଟର ବୋଟ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ଆଜି ବିଏସଏଫ ଆଇ ଜି ଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରାଯାଇଛି ।

nis-ad
Leave A Reply

Your email address will not be published.