ଖଲ୍ଲିକୋଟ : ଜମୁଛି ପୌର ନିର୍ବାଚନ ପ୍ରଚାର ମୈଦାନରେ ବିଜେପି, ବିଜେଡି ଆଗୁଆ, ପଛରେ କଂଗ୍ରେସ

ଖଲ୍ଲିକୋଟ (୧୬ /୩) : ଆସନ୍ତା ୨୪ ତାରିଖ ରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ଖଲ୍ଲିକୋଟ ପୌରାଞ୍ଚଳ ରେ ପ୍ରମୁଖ ତିନିଗୋଟି ଦଳ ବିଜେଡି ବିଜେପି ଓ କଂଗ୍ରେସ ଦଳର ନଗରପାଳ ଓ କାଉନ୍‌ସିଲର ପଦବୀ ପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ସହର ଚଳଚଂଚଳ ହୋଇ ଉଠିଛି l ତେବେ ପ୍ରଚାର ରେ ବିଜେଡି ଓ ବିଜେପି ଦଳ ଆଗୁଆ ଥିବା ବେଳେ ଜାତୀୟ ଦଳ କଂଗ୍ରେସ ପଛରେ ଥିବା ପଡିଯାଇ ଥିବା ଦେଖିବାକୁ ମିଳିଛି l ସର୍ବୋପରି ବିଜେଡି ଇତି ମଧ୍ୟରେ ଏକ ନମ୍ବର ୱାର୍ଡ ନଗରପାଳ ପ୍ରାର୍ଥୀ ଇଂ. ନିରଞ୍ଜନ ବେହେରା ଏକ ନିର୍ବାଚନ କାର୍ଯ୍ୟାଳୟ ଉଦ୍ଘାଟନ କରିଥିବା ବେଳେ ବିଜେପି ତରଫରୁ ନଗରପାଳ ପ୍ରାର୍ଥୀନୀ ଭାରତୀ ବେହେରା ତାଙ୍କ ସମର୍ଥକ ମାନଙ୍କୁ ନେଇ ଦୁଇ ନମ୍ବର ୱାର୍ଡ ରେ ଘର କୁ ଘର ବୁଲି ପ୍ରଚାର କରିଥିବା ଜଣାପଡିଛି l

ଖଲ୍ଲିକୋଟ ପୌରାଞ୍ଚଳ ରେ ମୋଟ ୧୨ ଗୋଟି ୱାର୍ଡ ଥିବା ବେଳେ କଂଗ୍ରେସ ମାତ୍ର ୬ ଗୋଟି ୱାର୍ଡ ରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ସମସ୍ତ ୱାର୍ଡରେ କାଉନସିଲର ଇଛି l ବିଜେପି ଖଲ୍ଲିକୋଟ ଏ ନ ଏ ସି ରେ ୧୨ ଗୋଟି ୱାର୍ଡ ସଭ୍ୟ ପଦବୀ ପାଇଁ ପାର୍ଥି ଦେଇଛି l ଖଲ୍ଲିକୋଟ ଏ ନ ଏ ସି ଦୁଇ ନମ୍ବର ୱାର୍ଡ ଉପରେ ସାରା ସହର ବାସୀଙ୍କ ଦୃଷ୍ଟି ରହିଛି l କାରଣ ପୂର୍ବତନ ବିଧାୟକ ତଥା ବର୍ଷିଆନ କଂଗ୍ରେସ ନେତା ତ୍ରିନାଥ ସାମନ୍ତରା ଙ୍କ ଜନ୍ମ ମାଟି ତା ସହିତ ଗତ ୨୫ ବର୍ଷ ଧରି କଂଗ୍ରେସ ଦଳ ର କାଉନସିଲର ବିଜୟୀ ହୋଇ ଆସିବା ସହ ଏହା ଏକ ପ୍ରକାର କଂଗ୍ରେସ ଦୁର୍ଗ ରେ ପରିଣତ ହୋଇଥିଲା l ଏହି ଦୁର୍ଗ କୁ ଭେଦ କରିବା ପାଇଁ ଉଭୟ ବିଜେଡି ଓ ବିଜେପି ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ଦୁର୍ଗ ରକ୍ଷା ପାଇଁ ଏକ ନମ୍ବର ୱାର୍ଡ ରୁ ପଟନାୟକ ଉକ୍ତ ଦୁଇ ନମ୍ବର ୱାର୍ଡ ରେ ପାର୍ଥି ହୋଇ ଦୁର୍ଗ ରକ୍ଷା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି l ଏଠାରେ ବିଜେଡି କାଉନ୍ସିଲ୍ର ଭାବେ ବିଜେଡି ଯୁବନେତା ତଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନାରାୟଣ ପାଢ଼ୀ ପ୍ରତିଦ୍ବଦିତା କରୁଥିବା ବେଳେ ବିଜେପି ଯୁବ ନେତା ଭଲ ଚିତ୍ରକର ଓ ରସିଏୟା ଲକ୍ଷ୍ମୀକାନ୍ତ ମହାପାତ୍ର ନିର୍ବାଚନ ଲଢ଼ୁଛନ୍ତି l ଖଲ୍ଲିକୋଟ ଏ ନ ଏ ସି ର ଆଠ ନ ,୧୦,୧୧ ,୧୨ ଦୀର୍ଘ ବର୍ଷ ଧରି ବିକାଶ କ୍ଷେତ୍ର ରେ ପଛୁଆ ଥିବା ଲୋକ ମାନେ କେଉଁ ଦଳ ସପକ୍ଷରେ ଯିବେ ଆଲୋଚନା ଜୋର ଧରିଛି l କିଛି ବର୍ଷ ହେଲା ବିଜେଡି ଓ ବିଜେପି ଏହି ସବୁ ୱାର୍ଡ କୁ ହାତଛଡ଼ି ଦେଇଥିବା ବେଳେ ବିଜେପି ସାଙ୍ଗଠନିକ ଦକ୍ଷତା ବଢ଼ାଇଥିଲା l

ବର୍ତମାନ ସେହି ୱାର୍ଡ ଗୁଡିକ ହାତେଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି l ଏ ନ ଏ ସି ୫ ନ ୱାର୍ଡ ବିଜେଡି ର ପାରମ୍ପରିକ ଦୁର୍ଗ ଓ ଏନ୍ତୁଡ଼ିଶାଳ ଭାବେ ପରିଚିତ ରହି ଆସୁଥିବା ବେଳେ ଉକ୍ତ ୱାର୍ଡ ରୁ ବିଜେଡି ସର୍ବାଧିକ ଭୋଟ ହାସଲ ପାଇଁ ଉଦ୍ୟମ ଚଳାଇଛି l ତେବେ ଦୀର୍ଘଦିନ ଧରି ସହର ରେ ବିଜେଡି କର୍ମୀ ମାନେ କୌଣସି ଆର୍ଥିକ ସୁବିଧା ପାଇ ନଥିବାରୁ ମୁଖ୍ୟତଃ ଯୁବ କର୍ମୀ ମାନଙ୍କ ମହଲ ରେ ଅସନ୍ତୋଷ କୂଳୁଥିବା ଦେଖିବାକୁ ମିଳୁଛି l ଦୀର୍ଘ ତିନି ବର୍ଷ ଧରି ନିର୍ବାଚନ ନ ହେବା ଫଳରେ NAC ସହ ଲୋକଙ୍କ ସମ୍ପର୍କ ବିଛିନ୍ନ ହୋଇ ପଡିଛି l ମୁକ୍ତା ଯୋଜନା ରେ କାମ କରିଥିବା ମହିଳା SHG ମାନେ ଏଯାବତ ସେମାନଙ୍କ ପ୍ରାପ୍ୟ ମିଳିନଥିବା ଯୋଗୁ ଅସନ୍ତୋଷ ବଢିଛି l ସର୍ବୋପରି ସହର ରେ PMAY ଯୋଜନା ଖାଦ୍ୟ ନିରାପତା ଓ ଭତ୍ତା ଭଳି ଯୋଜନା ରେ ବହୁ ଅଯୋଗ୍ୟ ହିତାଧିକାରୀ ସୁବିଧା ପାଇଥିବା ଯୋଗୁ ବିଜେଡି କୁ ଅଧିକ ସଫଳତା ମିଳିବାର ସୁଯୋଗ ଥିବା ବେଳେ ସହର ର ବେକାର ଯୁବକ ଯୁବତୀ ଙ୍କ ପାଇଁ କୌଣସି ଆତ୍ମନିଯୁକ୍ତି ଯୋଜନା ମିଳିନଥିବା ଯୋଗୁ ଶିକ୍ଷିତ ବେକାର ମାନେ ସରକାରୀ ଦଳ ପ୍ରତି ମୁହ ମୋଡ଼ୁଥିବା ବେଳେ ସହର ର ଖୁଦର ଓ ମାଧ୍ୟମ ବ୍ୟବସାଇ ମାନେ ମଧ୍ୟ ଅରକରୀ ଦଳ ପାଇଁ କି ପନ୍ଥା ଆପଣେଇବେ ତାହା ଉପରେ ନଜର ରଖିଛନ୍ତି l ସହର ର ୬ ନ ୱାର୍ଡ ରେ ବିଜେଡି – ବିଜେପି ର ଦୁଇ ମହିଳା ଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ବନ୍ଦିତା ହେଉଛି l ଖଲ୍ଲିକୋଟ ଵିଜ୍ଞାମ୍ପିତ ଅଂଚଳ ରେ କିଛି ୱାର୍ଡ ରେ କ୍ରସ ଭୋଟିଂ କରିବା ପାଇଁ କିଛି କୌନସିଲସର ପାର୍ଥୀ ନଗରପାଳ ପ୍ରାଥୀ ଙ୍କ ସହ ମ୍ୟାଚ ଫିକ୍ସଇଙ୍ଗ କରିବା ପାଏ ମୂଲଚାଲ ଚଳାଇଥିବା ପ୍ରକାଶ l ସରକାରୀ ଦଳରେ କ୍ଷମତା କନ୍ଦଳ ଅନାସ୍ଥା ନାଟକ ଯୋଗୁ ଗତ ଦଶ ବର୍ଷ ରେ ପାଞ୍ଚ ଟି ନଗରପାଳ ଏବେବି ସହର ବାସି ଭୁଲିନାହାନ୍ତି l ତେବେ ଖଲ୍ଲିକୋଟ ବିଜ୍ଞପିତ ଅଂଚଳ ପରିଷଦ ସଫାଇ ଦୁନୀତି ଭଳି କଳଙ୍କ ରହିଛି l ଚଳିତ ନିର୍ବାଚନ ରେ ବିନା ସୁଜ୍ଞାନୀ ଙ୍କ ଗୋଟି ଚାଲାଣ ସାହାରା ବସି କି ଭୂମିକା ନେବେ ତାହା ୨୪ ଫଇସଲା ହେବ l

nis-ad
Leave A Reply

Your email address will not be published.