ୱାର୍ଡ ମେମ୍ଵର ମଇଦାନରେ ଆଇନ ଛାତ୍ର

ହିଞ୍ଜିଳିକାଟୁ (୧୬/୩) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରିବା ପରେ ଆରମ୍ଭ ହୋଇଛି ପୌରନିର୍ବାଚନ । ବହୁ ଉଚ୍ଚ ଶିକ୍ଷିତ ଯୁବକ ରାଜନୀତି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି | ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୫ ନମ୍ବର ୱାର୍ଡ଼ରେ ସାମ୍ବାଦିକ ଓ ଆଇନଜୀବୀ ସହ ଯୁଵ ବ୍ୟବସାୟୀ ବିଭୁ ପ୍ରସାଦ ପଣ୍ଡା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସେହିପରି ୱାର୍ଡ଼ ନଂ ୬ ରେ ଉଚ୍ଚ ଶିକ୍ଷିତ ମହିଳା ସୁଚିତ୍ରା ପଣ୍ଡା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୧୫ ରେ ପ୍ରତିଦ୍ବନ୍ଦିକା କରୁଛନ୍ତି ଜଣେ ଶିକ୍ଷିତ ୨୧ ବର୍ଷିୟ ଯୁବକ ଓ ଆଇନ ଛାତ୍ର ସଂସ୍କାର ପଟ୍ଟନାୟକ ଏବେ ରାଜନୀତି ମଇଦାନରେ । ଆଶା ରଖୁଛନ୍ତି ନିର୍ବାଚନରେ ବିଜୟୀ ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ଶଂଖ ଚିହ୍ନରେ ଭୋଟ ଦେବାକୁ ସେ ୱାର୍ଡ଼ ଵାସୀଙ୍କୁ ଅନୁରୋଧ କରିଛନ୍ତି ।
ନିଜ ସପକ୍ଷରେ ଭୋଟ ଭିକ୍ଷା କରିଵା ସହ ଅଧ୍ୟକ୍ଷ ପଦ ନିମନ୍ତେ ସୁବାସ ପୋଲାଈ ଙ୍କୁ ନିଜ ଦଳୀୟ ଚିହ୍ନ ଶଂଖ ଓ ଵିଜେଡି କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶ ଧାରାକୁ ଵଜାୟ ରଖିବାକୁ ଅନୁରୋଧ କରିଛନ୍ତିା ୧୫ ନଂୱାର୍ଡ ରେ ୫ଜଣ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି ।ୱାର୍ଡ଼ ର ଯୁବ ଗୋଷ୍ଠୀ ଓ ଵିଜେଡି ଦଳର ନେତା ଏବଂ ବିଜୁ ପ୍ରେମି ପଟ୍ଟନାୟକ ଙ୍କପାଇଁ ଏବେ ମଙ୍ଗଳବାର ନିଜ ସମର୍ଥକଙ୍କ ସହ ଘର କୁ ଘର ଵୁଲି ପ୍ରଚାର କରିବା ସହ ଭୋଟ ଭିକ୍ଷା ଆରମ୍ଭକରିଛନ୍ତି

nis-ad
Leave A Reply

Your email address will not be published.