ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ: ଭିଜିଲାନ୍ସ ଜାଲରେ ଫସିଛନ୍ତି କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ । ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ ପରେ ଜବତ ହୋଇଛି ବିପୁଳ ସମ୍ପତ୍ତି । ଯନ୍ତ୍ରୀଙ୍କ ଫ୍ରିଜର ପରିବା ଟ୍ରରେ ଲୁଚାଯାଇଥିବା ୭୫ ହଜାର ଟଙ୍କା ଜବତ କରାଯାଇଛି । ଘର ଭିତରୁ ନଗଦ ୩ ଲକ୍ଷ ୩୧ ହଜାର ଟଙ୍କା ଓ ଅଧକିଲୋ ସୁନା ଜବତ ହୋଇଛି ।

ମହାନଦୀ ବିହାର ଘରର ମୂଲ୍ୟ ୨ କୋଟି ୨୪ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଉଛି । ମନୋଜଙ୍କ ସ୍ତ୍ରୀଙ୍କ ନାଁର ଭୁବନେଶ୍ୱରରେ ଏକ ଫ୍ଲାଟ ମଧ୍ୟ ଠାବ କରାଯାଇଛି । ଭୁବନେଶ୍ୱରରେ ଥିବା ଫ୍ଲାଟର ମୂଲ୍ୟ ୩୪ ଲକ୍ଷ ୨୪ ହଜାର ବୋଲି ଆକଳନ କରାଯାଇଛି । କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୬ଟି ପ୍ଲଟ ଠାବ ହୋଇଛି ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ୪ଟି ସ୍ଥାନରେ ରେଡ୍ ହୋଇଥିଲା । କଟକ ମହାନଦୀ ବିହାରରେ ଥିବା ୨ ମହଲା କୋଠା ଘରେ ଚଢ଼ାଉ ଚାଲିବା ସହ କଟକର ପୈତୃକ ଘରେ ଏବଂ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଏହି ଚଢ଼ାଉ ଟିମରେ ୪ ଡିଏସପି ଏବଂ ୮ ଜଣ ଇନ୍ସପେକ୍ଟର ସାମିଲ ଥିଲେ ।

nis-ad
Leave A Reply

Your email address will not be published.