ରୋଗୀଙ୍କୁ ଡାକ୍ତରଙ୍କ ମାଡ଼ ଘଟଣାର ପ୍ରତିବାଦରେ ଧାରଣାରେ ବସିଲେ ରୋଗୀ ଓ ସମ୍ପର୍କୀୟ

କଳାହାଣ୍ଡି : କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କୁ ଡାକ୍ତରଙ୍କ ମାଡ଼ ଘଟଣାରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଏନେଇ ରୋଗୀଙ୍କ ସଂପର୍କୀୟ ଓ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦିଆଯାଇଛି । ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଜଣେ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାର ଏହି ଭିଡିଓ ଭାଇରାଲ ହୋଇଥିଲା । ଗତକାଲି ରାତିରେ ଡ୍ୟୁଟିରେ ଥିଲେ ଡାକ୍ତର ଶୈଳେଶ କୁମାର ଦୋରା । ଚିକିତ୍ସା ପାଇଁ ଆସିଥିବା ଧର୍ମଗଡ଼ ବସ୍ତିପଡ଼ାର ଜଣେ ରୋଗୀଙ୍କ ସହ କୌଣସି କାରଣରୁ କଥା କଟାକଟି ହୋଇଥିଲା । ଏହା ପରେ ଡାକ୍ତର ଜଣଙ୍କ ରୋଗୀଙ୍କୁ ମାଡ ମାରିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.