ଅନ୍ତର୍ଜାତୀୟ ପାରା ବ୍ୟାଡ଼ମିଣ୍ଟନ: ପ୍ରମୋଦଙ୍କୁ ରୌପ୍ୟ, ଦୀପ ରଞ୍ଜନ ଜିତିଲେ ବ୍ରୋଞ୍ଜ

ଭୁବନେଶ୍ୱର,୧୪/୦୩: ପାରାଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ସ୍ପାନିଶ ପାରା ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌-୩ରେ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ୍‌ରେ ପ୍ରମୋଦ ୯-୨୧, ୧୨-୨୧ଗେମ୍‌ରେ ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କ ନିକଟରୁ ହାରି ସ୍ୱର୍ଣ୍ଣ ପଦକ ଆଶା ଧୂଳିସାତ୍‌ କରିଥିଲେ । ବେଥେଲ ଉଭୟ ଗେମ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି ।

ପୂର୍ବରୁ ପ୍ରମୋଦ ସେମି ଫାଇନାଲ୍‌ରେ ୨୧-୧୦, ୨୧-୧୧ରେ ନିତେଶ କୁମାରଙ୍କୁ ପରାଜିତ କରିଥିଲେ । ସେହିପରି ଓଡ଼ିଶା ଅନ୍ୟ ତାରକା ଖେଳାଳି ଦୀପ ରଞ୍ଜନ ବିଶୋଇ ପୁରୁଷ ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

nis-ad
Leave A Reply

Your email address will not be published.