ଟାଟା ସନ୍ସର ମୁଖ୍ୟ ହେଲେ ଏୟାର ଇଣ୍ଡିଆ ଚେୟାରମ୍ୟାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି ଟାଟା ସନ୍ସର ମୁଖ୍ୟ ଏନ ଚନ୍ଦ୍ରଶେଖରନ। ପୂର୍ବରୁ ଏୟାର ଇଣ୍ଡିଆର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦ ପାଇଁ ତୁର୍କୀ ଏୟାରଲାଇନ୍ସ ପରିଚାଳନା ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ଇଲକେର ଆଇସିଙ୍କ ନାଁ ଘୋଷଣା କରାଯାଇଥିଲା। କିନ୍ତୁ ସେ କିଛି ଦିନ ତଳେ ଏହି ପଦକୁ ଗ୍ରହଣ କରିବେ ନାହିଁ ବୋଲି ଟାଟା ସନ୍ସକୁ ଅବଗତ କରାଇଥିଲେ। ଏବେ ଟାଟା ସନ୍ସର ମୁଖ୍ୟ ନିଜେ ହିଁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇଛନ୍ତି।
ଏନ ଚନ୍ଦ୍ର ଶେଖରନ ଟାଟା ସନ୍ସର ମୁଖ୍ୟ ହୋଇଥିବା ବେଳେ ଟାଟା ଦ୍ୱାରା ପରିଚାଳିତ ୧୦୦ରୁ ଅଧିକ କମ୍ପାନୀର ପ୍ରମୋଟର ଭାବେ କାର୍ଯ୍ୟ କରୁଛନ୍ତି। ସେ ଟାଟା ସନ୍ସ ବୋର୍ଡରେ ୨୦୧୬ ମସିହା ଅକ୍ଟୋବର ମାସରେ ଯୋଗଦେଇଥିଲେ। ଏହାପରେ ୨୦୧୭ ଜାନୁଆରୀରେ ତାଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା।
ଟାଟା ଷ୍ଟିଲ, ଟାଟା ମୋଟର୍ସ, ଟାଟା ପାୱାର ଓ ଟାଟା କନଲଟାନ୍ସି ସର୍ଭିସ(ଟିସିଏସ) ଭଳି ଏକାଧିକ ଗ୍ରୁପ ଅପରେଟିଂ କମ୍ପାନୀର ବୋର୍ଡରେ ସେ ସଦସ୍ୟ ରହିଛନ୍ତି। ସେ ଦୀର୍ଘ ୩୦ ବର୍ଷ ଟିସିଏସ୍‌ରେ ବ୍ୟବସାୟିକ କ୍ୟାରିୟର ସମ୍ପାଦନ କରିବା ପରେ ସେ ଅଧ୍ୟକ୍ଷ ପଦ ପାଇଥିଲେ। ସେ ଟିସିଏସ୍‌ରେ ସିଇଓ ଓ ପରେ ଏମଡି ରାଙ୍କକୁ ପଦନ୍ନୋତି ପାଇଥିଲେ।
ସୂଚନାଯୋଗ୍ୟ, ଟାଟା କମ୍ପାନୀ ଏୟାର ଇଣ୍ଡିଆର ନିୟନ୍ତ୍ରଣ ନିଜ ହାତକୁ ନେବା ପରେ ଆଇସିଙ୍କୁ ଏହାର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତ ସରକାର ଟାଟା ସନ୍ସର ଆଇସି ପ୍ରୀତିକୁ ସହଜରେ ଗ୍ରହଣ କରିପାରି ନଥିଲେ। ଆଇସିଙ୍କ ତୁର୍କୀ ରାଷ୍ଟ୍ରପତି ଏରୋଡଗାନଙ୍କ ସହ ଲିଙ୍କ ଥିବାରୁ ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଇଥିଲା।
ଇସ୍ତାନବୁଲର ମେୟର ଥିବା ବେଳେ ତୁର୍କୀର ରାଷ୍ଟ୍ରପତି ଟାୟିପ ଏରୋଡଗାନଙ୍କ ପରାମର୍ଶଦାତା ଭାବେ ଆଇସି କାମ କରୁଥିଲେ। ଏହି କାରଣରୁ ଆରଏସଏସ୍‌ ପକ୍ଷରୁ ଆଇସିଙ୍କ ନିଯୁକ୍ତିକୁ ବିରୋଧ କରାଯାଇଥିଲା। ଏଥିସହ ଆରଏସଏସ ଭାରତ ସରକାରଙ୍କୁ ଏପରି ନିଯୁକ୍ତି ରୋକିବାକୁ ଅନୁରୋଧ ମଧ୍ୟ କରିଥିଲା। ଶେଷରେ ଆଇସି ନିଜ ଆଡ଼ୁ ଟାଟାସନ୍ସର ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।

nis-ad
Leave A Reply

Your email address will not be published.