ସହାକରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୮୪ ହଜାର ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ସହାକରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ କରିଛି । ସହାକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ଘରୁ ନଗଦ ୮୪,୫୦୦ ଟଙ୍କା, କାର୍ ସହ ୩ଟି ଦାମୀ ବାଇକ୍ ଜବତ ହୋଇଛି । ଚଢ଼ାଉ ଏଯାବତ୍ ଜାରି ରହିଛି ।

ଆହୁରି ଅଧିକ ସମ୍ପତ୍ତି ରହିଥିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଆଜି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହାକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କର ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରାଯାଉଛି । ଭୁବନେଶ୍ୱର, ଢ଼େଙ୍କାନାଳ ଓ ତାଳଚେରର ୬ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ।

nis-ad
Leave A Reply

Your email address will not be published.