ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ସଂପର୍କରେ ଆଲୋଚନା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ଟି ରାଜ୍ୟର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଶେଚନୀୟ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି (ରବିବାର) ଅପରାହ୍ନରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ଡ଼କାଇଛନ୍ତି। କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଏହି ବୈଠକରେ ସମସ୍ତ ୫ଟି ରାଜ୍ୟରେ ଦଳର ବିପର୍ଯ୍ୟୟ ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯାଉଛି।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୪୦୩ଟି ଆସନ ମଧ୍ୟରୁ କଂଗ୍ରେସ ମାତ୍ର ୨ ଟି ଆସନ ପାଇଛି। ଅନ୍ୟପକ୍ଷରେ ପଞ୍ଜାବରେ କଂଗ୍ରେସର ଆଭ୍ୟନ୍ତରୀଣ ବିବାଦ ପାଇଁ ଆପ୍‌କୁ ସରକାର ଗଠନ ପାଇଁ ଭୋଟର ଭୋଟ ଦେଇଛନ୍ତି। ସେହିପରି, ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡରେ ମଧ୍ୟ କଂଗ୍ରେସ ଦଳର ପ୍ରଦର୍ଶନ ଶୋଚନୀୟ ରହିଛି।
ଆଜିର ବୈଠକରେ ମଲ୍ଲିକାର୍ଜୁନ ଖାର୍ଗେ, ଅମ୍ବିକା ସୋନି, ସଲମାନ ଖୁର୍ସିଦ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନ୍ୟ ଦଳୀୟ ନେତା କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଯୋଗ ଦେଇଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସର ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ଏବଂ ଦଳର ସଂଗଠନକୁ ପୁନର୍ଗଠନ ପାଇଁ ଦାବି କରୁଥିବା ଜି-୨୩ ଅସନ୍ତୁଷ୍ଟ ନେତାମାନେ ସୂଚାଇ ଦେଇଛନ୍ତି ଯେ ସାଂଗଠନିକ ସ୍ତରରେ ଆଭ୍ୟନ୍ତରୀଣ ମତଦାନ ପ୍ରସଙ୍ଗ ପୁନର୍ବାର ଉଠା ଯାଇପାରିବ ନାହିଁ। ଦଳର ସଭାପତି ପଦରେ ଦଳର ବରିଷ୍ଠ ନେତା ମୁକୁଲ ଓ୍ଵାସନିକଙ୍କୁ ନିଯୁକ୍ତ କରୁଥିବା ବେଳେ ସୋନିଆଙ୍କୁ ସମର୍ଥନ କରୁଥିବା ନେତାମାନେ ରାହୁଲ ଗାନ୍ଧୀଙ୍କୁ ଆଉଥରେ ଦଳୀୟ ସଭାପତି କରିବା ପାଇଁ ଯୁକ୍ତି ବାଢ଼ିଛନ୍ତି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗାନ୍ଧୀ ପରିବାର ଉପରେ ବିଶ୍ୱାସ ବ୍ୟକ୍ତ କରିବା ସହ କଂଗ୍ରେସକୁ ଗୁରୁତ୍ୱ ଦେଇ କହିଛନ୍ତି, ରାହୁଲ ଗାନ୍ଧୀ କଂଗ୍ରେସ ଦଳର ସଭାପତି ହେବା ଉଚିତ।

nis-ad
Leave A Reply

Your email address will not be published.