ଫୁଲବାଣୀ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଫୁଲବାଣୀ : ନ୍ୟାୟାଳୟ ମାନଙ୍କରେ ଦୀର୍ଘ ଧରି ବିଚାରାଧୀନ ଥୁବା ଓ ପ୍ରାକ୍ ମକଦ୍ଦମା ସ୍ତରୀୟ ସାମାଧାନ ଯୋଗ୍ୟ ବିଭିନ୍ନ ଛୋଟ ଛୋଟ ମାମଲା ଗୁଡ଼ିକର ଫଇସଲା କରାଯାଇ , ବିଚାରାଧିନ ମାମଲା ପରିମାଣ ହ୍ରାସ କରିବା ସହିତ ଏକ ବିକଳ୍ପ ନ୍ୟାୟିକ ପନ୍ଥା ମାଧ୍ୟମରେ ଜନ ସାଧାରଣଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।
ଏହି କ୍ରମରେ କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୁକରଣ ତରଫରୁ ମଧ୍ୟ ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ନ୍ୟାୟିକ ପଦ୍ଧତି ମାଧ୍ୟମରେ ଫଇସଲା ଉଦ୍ଦେଶ୍ୟରେ ଫୌଜଦାରୀ ଓ ଦେୱାନୀ,ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ପାରିବାରିକ ଓ ବୈବାହିକ ବିବାଦ ସମ୍ବନ୍ଧୀୟ ଆଦି ବିଭିନ୍ନ ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଆଗତ କରାଯାଇଥିଲା ।
ଜିଲ୍ଲା ଜଜ୍ -ତଥା- ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶୀତକଣ୍ଠ ସାମଲଙ୍କ ଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ, ୧୮ ଗୋଟି ଅର୍ଥ ଅସୁଲି ମାମଲାରେ ୭ଲକ୍ଷ ୬୦ହଜାର ୬୦୦ ଟଙ୍କା ଆଦାୟ କରାଯାଇଥିବାବେଳେ ୨୯ ଗୋଟି ଫୌଜଦାରୀ ଓ ଦେୱାନୀ ମାମଲା ଫଇସଲା କରାଯାଇ ୧ଲକ୍ଷ ୭୯ ହଜାର ୫୭୫ ଟଙ୍କା ଆଦାୟ ହୋଇପାରିଛି । ସେହିପରି ୬ଗୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୭ ଲକ୍ଷ ୯୦ହଜାର ୭୨୨ଟଙ୍କା ଆଦାୟ କରାଯାଇଥିଲା ଏବଂ ୬ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୪୯ଲକ୍ଷ ୮୦ହଜାର ଟଙ୍କା ଆଦାୟ କରାଯାଇଥିଲା। ତେବେ, ୯ଟି ଫୌଜଦାରୀ, ୪ଟି ନିଶା ଦ୍ରବ୍ୟ ଚାଲାଣ, ୧୧ଟି ବୈବାହିକ ବିବାଦ ଓ ୧୪ ଟି ସିଭିଲ୍ କେସ୍ ବିଚାର କରାଯାଇଥିଲା। ଏତଦ୍ ବ୍ୟତିତ ୫୮ ଗୋଟି ଛୋଟ ଛୋଟ କେସ୍ ଗୁଡ଼ିକର ବିଚାର କରାଯାଇଥିଲା।
ଜିଲ୍ଲା ଦୌରା ଜଜ୍ “ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶୀତକଣ୍ଠ ସାମଲ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍-ତଥା- ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍ ସନ୍ତୋଷ କୁମାର ଜେନା, ପାରିବାରିକ ଅଦାଲତ ବିଚାରପତି ସ୍ମୃତିଲେଖା ବାରିକ୍, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ , ଫାଷ୍ଟ ଟ୍ରାକ୍ ସ୍ଵତନ୍ତ୍ର କୋର୍ଟ, ଫୁଲବାଣୀ ଭାସ୍କର ଚନ୍ଦ୍ର ସାହୁ, ପ୍ରାୟୀ ଲୋକ ଅଦାଲତ, ଫୁଲବାଣୀର ଜଜ୍ ସନ୍ତୋଷ କୁମାର ନାୟକ, ଫୁଲବାଣୀ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସୈକତ୍ ପାତ୍ର, ଦେୱାନୀ ଅଦାଲତର ରେଜିଷ୍ଟ୍ରାର ସି.ଏ.ଦେଶପ୍ରିୟ ନାୟକ, ଜିଲ୍ଲା ଆଇନ ସେବା ପ୍ରାଧୁକରଣର ସଚିବ ରମାଦେବୀ ସୋରେନ୍, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍, ଫୁଲବାଣୀ ଅରିଜିତ୍ ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ବିରାଜ ପ୍ରସାଦ ପଣ୍ଡା ଓ ପ୍ରେରଣା ଶ୍ରୀ ଦେଓ ଏବଂ ବାର୍ ଆସୋସିଏସନ୍‌ର ସଦସ୍ୟ ଓ ସଭାପତିଙ୍କ ଇଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା। ଏହି ମାମଲାରେ ଜଡ଼ିତ ସରକାରୀ ପଦାଧିକାରୀ, ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀର ଅଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.