ରକ୍ତ ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ଫୁଲବାଣୀ : ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର ପାଇଁ ଖୋଜା ପଡ଼ିଲା ରକ୍ତ। ଏପଟେ ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ଗ୍ରୁପ୍‌ର ରକ୍ତ ମହଜୁଦ ନଥିଲା। ଡାକ୍ତରଙ୍କ କହିବା ମୁତାବକ ଏହି ଗରିବ ଓ ଅସହାୟ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ଼ କରିବା ପାଇଁ ଉଦ୍ୟମ କରିବା ସତ୍ତ୍ବେ ବି ବିଫଳ ହେଲେ। ଶେଷରେ, ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ସୁନିଲ କୁମାର ବେହେରା ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି ସୂଚନା ଅନୁସାରେ, ତୁମୁଡ଼ିବନ୍ଧ ବ୍ଲକ୍‌ ସିର୍ଲା ପଂଚାୟତର ଜିସେୟ ପାଟମାଝୀଙ୍କ ପତ୍ନୀ ସସ୍ମିତା ମାଝୀ ପ୍ରସବ ପାଇଁ ବାଲିଗୁଡ଼ା ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଶରୀରରେ ରକ୍ତ କମ୍‌ ଯୋଗୁଁ ପ୍ରସୂତିଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ଚିକିତ୍ସା କରୁଥିବା ଡାକ୍ତର ବିଜୟ କୁମାର ସୁର ତୁରନ୍ତ ରକ୍ତ ଦେବାପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଗରିବ ଓ ଅସହାୟ ହୋଇଥିବାରୁ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ଼ କରିପାରି ନଥିଲେ। ଏକଥା ଡାକ୍ତରଖାନାରେ ଉପସ୍ଥିତ ଅନ୍ୟତମ ଡାକ୍ତର ସୁନିଲ କୁମାର ବେହେରା ଶୁଣି ପହଞ୍ଚି ନିଜ ରକ୍ତ ଗ୍ରୁପ୍‌ ଆବଶ୍ୟକ ଥିବା ଜାଣି ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ। ରକ୍ତଦାନ କରିବା ପରେ ଗର୍ଭବତୀଙ୍କୁ ରକ୍ତ ଦିଆଯାଇ ଅସ୍ତ୍ରୋପଚାର ଓ ପ୍ରସବ କରାଯାଇଥିଲା। ବର୍ତ୍ତମାନ ପ୍ରସୂତି ମହିଳା ଓ ନବଜାତ ଶିଶୁକନ୍ୟା ସୁସ୍ଥ ଥିବା ଡା.ସୁର ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.