ଦାରିଙ୍ଗବାଡ଼ି : ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥୀତ ଉଚ୍ଚ ଶିକ୍ଷିତ ସୁଶାନ୍ତ କୁମାର ପ୍ରଧାନ ବିଜୟୀ

ଦାରିଙ୍ଗବାଡ଼ି,(୧୨/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥୀତ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ରୁଦା ମଳିକଙ୍କ ଠାରୁ ୯ଟି ଅଧିକା ପାଇ ବିଜୟୀ ହୋଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ି ସମିତିର ୨୫ଜଣ ସମିତି ସଭ୍ୟ ସଭ୍ୟା ସମିତି ଅଧ୍ୟକ୍ଷ ନିର୍ବାଚନରେ ଭୋଟ ପ୍ରଦାନ କରିଥିଲେ । ୨୫ଜଣଙ୍କ ମଧ୍ୟରୁ ୧୭ଜଣ ବିଜେଡି ସମର୍ଥୀତ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ଭୋଟ ଦେଇ ସମର୍ଥନ କରିଥିଲା ବେଳେ ୮ଜଣ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ରୁଦା ମଳିକଙ୍କୁ ଭୋଟ ଦେଇ ସମର୍ଥନ ଜଣାଇଥିଲେ । ଫଳରେ ସୁଶାନ୍ତ କୁମାର ପ୍ରଧାନ ରୁଦା ମଳିକଙ୍କ ଠାରୁ ୯ଟି ଭୋଟ ଅଧିକା ପାଇ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂଚନାରୁ ପ୍ରକାଶ ପାଇଛି । ଏଥିନେଇ ଆଜି ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଓ ତହସିଲଦାର ଚାର୍ଲସ ନାୟକଙ୍କ ତାତ୍ପାବଧାନରେ ସମସ୍ତ ବ୍ୟବସ୍ଥା କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇ ଥିଲା । ନିର୍ବାଚନ ଅଧିକାରୀ ଭାବେ ରାଇକିଆ ବ୍ଳକ ବିଡିଓ ସ୍ମରଣୀକା ଟୁଳ ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିଲେ । ବିଜେଡି ସମର୍ଥୀତ ପ୍ରାର୍ଥୀ ତଥା ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ପରିବାର ପକ୍ଷରୁ ପଞ୍ଚମ ଥର ପାଇଁ ସମିତି ଅଧ୍ୟକ୍ଷ ପଦବୀ ହାତକୁ ନେଇଥିବା ପ୍ରକାଶ ପାଇଛି । କଂଗ୍ରେସ ଦଳର ସମିତି ସଭ୍ୟ ସଭ୍ୟା ଅଧିକ ସଂଖ୍ୟକ ବିଜୟୀ ହୋଇଥିଲେ ମଧ୍ୟ ନେତୃତ୍ୱର ଅଭାବ ଓ ପରିଚାଳନା ତୃଟି ଯୋଗୁଁ କଂଗ୍ରେସ ସମିତି ଅଧ୍ୟକ୍ଷ ପଦବୀ ବିଜୟୀରେ ନିରାଶ ହେବାକୁ ପଡ଼ୁଥିବା ଆଲୋଚନା ହେଉଛି ।

nis-ad
Leave A Reply

Your email address will not be published.