ସୁସ୍ଥ ହେବା ପରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: କେନ୍ଦ୍ରାଞ୍ଚଳ ଆଇଜି

ଭୁବନେଶ୍ୱର: ସୁସ୍ଥ ହେବା ପରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ବାଣପୁରରେ ଘଟାଇଥିବା ନରସଂହାର ଘଟଣାରେ ପୋଲିସ ନେବ କଡା କାର୍ଯ୍ୟାନୁଷ୍ଠାନ । ଏବେ ଗୁରୁତର ଆହତ ହୋଇ ଆଇସିୟୁରେ ଅଛନ୍ତି ବିଧାୟକ ପ୍ରଶାନ୍ତ । ସୁସ୍ଥ ହେବା ପରେ ପୋଲିସ ତାଙ୍କୁ ଗିରଫ କରିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

ବାଣପୁର ବ୍ଲକ ସାମ୍ନାରେ ଉପସ୍ଥିତି ଲୋକଙ୍କ ଉପରେ ଗାଡ଼ି ଛଡାଇଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ୨୩ ଜଣ ଲୋକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ୯ ଜଣ ପୋଲିସ କର୍ମୀ ଆହତ ହୋଇଥିବାବେଳେ ୧୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି ।

ତେବେ ବିଧାୟକଙ୍କ ଏଭଳି ଗୁଣ୍ଡାରାଜ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ବିଧାୟକଙ୍କ ଖୁବ ଶୀଘ୍ର ଗିରଫ କରାଯିବ । ଯଦ୍ୱାରା କେହି ମଧ୍ୟ ଏପରି କାର୍ଯ୍ୟ କରିବାକୁ ଯେପରି ସାହସ ନକରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଅହିଂସାକୁ ସ୍ୱୀକୃତି ଦେଇ ଆସିଛନ୍ତି । ଯେଉଁଠି ଅପରାଧ ଘଟିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

nis-ad
Leave A Reply

Your email address will not be published.