ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ନିର୍ବାଚନ ଶେଷ, ଅଧକ୍ଷ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ

ଟିକାବାଲି : ଭାରତୀୟ ସମ୍ବିଧାନ ତଥା ଓଡିଶା ସରକାର ଙ୍କ ଦ୍ଵାରା ଵିଧି ବ୍ୟବସ୍ଥା ଅନୁଯାୟୀ 2022ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଆଜି ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ପଦ ପାଇଁ ନିର୍ଵାଚନ ଶେଷ ହୋଇ ଯାଇଛି |ଏହି ଟିକାବାଲି ପଞ୍ଚାୟତ ସମିତି ରେ 11ଟି ପଞ୍ଚାୟତ ରହିଛି | ସେଥିମଧ୍ୟରୁ ବିଭିନ୍ନ ପଞ୍ଚାୟତ ରୁ ଜାତୀୟ ଦଳ ବିଜେପି, କଂଗ୍ରେସ, ଏବଂ ଆଞ୍ଚଳିକ ବିଜେଡି ଦଳ ର 10 ଜଣ ସମିତି ସଭ୍ୟ/ସଭ୍ୟା ନିର୍ବାଚନ ହୋଇ ଆସିଥିବା ବେଳେ ଗୋଟିଏ ପଞ୍ଚାୟତ ତଥା ବୃହତମ ପଞ୍ଚାୟତ କୁହାଯାଉଥିବା କଇଁଝର ପଞ୍ଚାୟତ ରୁ ବିନା ପ୍ରତିଦନ୍ଦିତା ରେ ଜଣେ ବିଜେପି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥୀନୀ ବିଜୟୀ ହୋଇ ଆସିଥିଲେ | ସେଥିମଧ୍ୟରୁ ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ପଦ ପାଇଁ ଆଦିବାସୀ ପୁରୁଷ ସଂରକ୍ଷଣ ଥିବାବେଳେ ଅଧକ୍ଷ ପାଇଁ ସମୁଦାୟ ଦୁଇ ପ୍ରାର୍ଥୀ ଯଥା ସର୍ବ ଦଳୀୟ ସମର୍ଥନ କଟିମାହା ପଞ୍ଚାୟତ ର ସମିତି ସଭ୍ୟ ଭାବେ ବିଜୟୀ ହୋଇ ଆସିଥିବା ଶ୍ରୀଯୁକ ଦିଲ୍ଲୀପ କହଁର ଓ ଦ୍ୱିତୀୟ ପକ୍ଷ ବିଜେପି ସମର୍ଥିତ ପାବୁରିଆ ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ଲଳିତ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ | ଏହି ଦୁଇ ପ୍ରାର୍ଥୀ ଙ୍କ ମଧ୍ୟରୁ ବିଜେପି ପକ୍ଷରୁ ଶ୍ରୀଯୁକ୍ତ ଲଳିତ ପ୍ରଧାନ ମାତ୍ର 4ଖଣ୍ଡ ପାଇ ଥିବା ବେଳେ ଶ୍ରୀଯୁକ୍ତ ଦିଲ୍ଲୀପ କହଁର ବିଜେଡି ଦଳ ସମର୍ଥନ ଏବଂ ଅନ୍ୟାନ୍ୟ ଦଳ ର ସହଯୋଗ ରେ 7 ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଟିକାବାଲି ସମିତି ଅଧକ୍ଷ ପଦ ହାତେଇ ଥିବା ନିର୍ବାଚନ ଅଧିକାରୀ ତଥା ଜି. ଉଦୟଗିରି ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି |

nis-ad
Leave A Reply

Your email address will not be published.