ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଥାନାରେ ୪ଟି ମାମଲା ରୁଜୁ: ଡିସିପି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଲକ୍ଷ୍ମୀନଗର ଥାନାରେ ୪ଟି ମାମଲା ରୁଜୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଆକ୍ରମଣରେ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ବୟାନ ରେକର୍ଡ କରାଯାଇଛି । ବିଳମ୍ବିତ ରାତିରେ ହିଂସା ଘଟାଇଥିବା ଲୋକଙ୍କ ସହ ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି ।

ଅତିରିକ୍ତ ଡିସିପି, ଜୋନ ଏସିପି ଓ ଥାନା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଆହତ ହୋଇଥିବା ବ୍ୟକ୍ତିଙ୍କ ସୂଚନା ସହ CCTV ଭିଜୁଆଲ ଆଧାରରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.