ଲୋକଙ୍କ ଉପରକୁ ଗାଡ଼ି ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ, ଦୋଷୀଙ୍କୁ ତୁରନ୍ତ ଗିରଫ କର- କଂଗ୍ରେସ

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କ ଅନିୟନ୍ତ୍ରିତ ବେଗର ଗାଡ଼ି ଲୋକଙ୍କ ଉପରକୁ ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ , ତେବେ ତାହା ଅତ୍ୟନ୍ତ ସଙ୍ଗୀନ ଓ ଅକ୍ଷମଣୀୟ ବୋଲି କହିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପଦ୍ମାକର ଗୁରୁ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଇନ ଅନୁଯାୟୀ ଅବିଳମ୍ବେ ନିରପେକ୍ଷ ତଦନ୍ତ କରାଯାଉ । ଘଟଣାର ପର୍ଦ୍ଦାଫାସ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ । କିନ୍ତୁ ଏହା ପ୍ରତିବଦଳରେ ଯେଉଁ ପ୍ରତି ଆକ୍ରମଣରେ ବିଧାୟକ ଓ ପୋଲିସଙ୍କୁ ଲୋକେ ଲହୁଲୁହାଣ, ଆଘାତ କଲେ ତାହା ମଧ୍ୟ ଆଦୌ ଗ୍ରହଣୀୟ ନୁହେଁ । ଉଭୟ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ ଦଣ୍ଡିତ କରାଯାଉ । ରାଜନୀତିରେ ହଂସା ଆଦୌ ଗ୍ରହଣୀୟ ନୁହେଁ । ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ।

nis-ad
Leave A Reply

Your email address will not be published.