ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ମଡ଼ାଇବା ଘଟଣା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଲୋକଙ୍କ ଆକ୍ରମଣରେ ବିଧାୟକ ଆହତ ମଧ୍ୟ ହୋଇଛନ୍ତି । ବିଧାୟକଙ୍କୁ ପ୍ରଥମେ ଟାଙ୍ଗି ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆଜି ବାଣପୁର ବ୍ଲକ ନିକଟରେ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡ଼ିମଡ଼ାଇ ଦେଇଥିଲେ ।

ଗାଡ଼ି ଧକ୍କାରେ ମୋଟ୍‍ ୨୭ ଜଣ ଲୋକ ଆହତ ହୋଇଥିବା ବେଳେ ଜଣଭ୍କ ମୃତ୍ୟୁ ହୋଇଥିବା ସୂଚନା ମଳିଛି । ତେବେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଆହତଙ୍କ ମଧ୍ୟରେ ଜଣେ ଆଇଆଇସିଙ୍କ ସହ ୭ଜଣ ପୁଲିସ କର୍ମଚାରୀ ରହିଛନ୍ତି । ବିଧାୟକଙ୍କ ଗାଡ଼ି ଆଗରୁ ବର୍ତ୍ତିନାହନ୍ତି ସାମ୍ବାଦିକ । ୨ଜଣ ସମ୍ବାଦିକ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି ।

ଅନ୍ୟମାନେ ବିଭିନ୍ନ ଦଳର ସମର୍ଥକ ହୋଇଥିବା ଜଣାପଡ଼ିଛି । ତେବେ ଏଯାଏ ଏହି ଘଟଣାରେ କାହାର ମୃତ୍ୟୁ ହୋଇଥିବା ସୂଚନା ମିଳିନାହିଁ । ଘଟଣାକୁ ନେଇ ବାଲୁଗାଁ ଏସଡିପିଓ ପ୍ରତିକ୍ରିୟା ରଖିଛନ୍ତି । ଏସଡିପିଓ କହିଛନ୍ତି ବିଧାୟକ ଗାଡ଼ି ମଡ଼ାଇଦେବାରୁ ୨୭ ଜଣ ଆହତ ହୋଇଛନ୍ତି । ଏଥିରେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ୨ଜଣ ସାମ୍ବାଦିକଙ୍କ ସହ ୧୫ ଜଣ ବିଜେପି କର୍ମୀ ଓ ଜଣେ ବିଜେଡି କର୍ମୀ ଆହତ ହୋଇଛନ୍ତି ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.