ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ପଦବୀରେ ହର୍ଷ ବର୍ଦ୍ଧନ ବସ୍ତରାୟ

ଦାରିଙ୍ଗବାଡ଼ି,(୧୧/୦୩) : ଦାରିଙ୍ଗବାଡି ବ୍ଲକର ୧୧ ନଂ ଜିଲା ପରିଷଦ ଯୋନ, ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ପଦବୀ ପାଇଁ ଆଜି ମତ ଦାନ କାର୍ଯ୍ୟକ୍ରମ ରହି ଥିଲା। ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ଅଧିନରେ ୧୨ ଗୋଟି ୱାଡ଼ ରହିଛି। ହେଲେ ୧୧ନଂ ୱାର୍ଡରେ ୱାର୍ଡ ସଭ୍ୟପଦ ଅନୁସୂଚୀତ ଜନଜାତି ପାଇଁ ସରଣକ୍ଷଣ ରହିଥିବା ବେଳେ ଏହି ୱାର୍ଡରେ ଅନୁସୂଚିତ ଜନଜାତିର ବସତି ନଥିବାରୁ ନାମାଙ୍କନ ହୋଇନାହିଁ। ଏଣୁ ୧୧ଗୋଟି ୱାଡ଼ର ୱାର୍ଡ ସଭ୍ୟ ଙ୍କୁ ନେଇଁ ଏହି ମତ ଦାନରେ ଶ୍ରୀ ହର୍ଷବର୍ଦ୍ଧନ ବସ୍ତିରାୟ ୬ଜଣ ୱାର୍ଡ ସଭ୍ୟଙ୍କ ସମର୍ଥନ ପାଇ ନାଏବ ସରପଞ୍ଚ ପଦବୀରେ ବିଜୟୀ ହୋଇଥିବା ପଂଚାୟତ ନିର୍ବାଚନ ଅଧିକାରୀ ତଥା ପ୍ରିଜାଇଡିଂ ଅଫିସର ପ୍ରମୋଦ ଦିଗାଲ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ବ୍ରାହ୍ମଣୀଗାଁ ପଞ୍ଚାୟତ ନାଏବ ସରପଞ୍ଚ ପଦବୀ ପାଇଁ ୨ଜଣ ୱାର୍ଡ ସଭ୍ୟ ହର୍ଷବର୍ଦ୍ଧନ ବସ୍ତିରାୟ ଓ ଗୋବିନ୍ଦ ବେହେରା ପ୍ରତିଦ୍ୱନ୍ଦିତା କରିଥିଲେ। ଗୋବିନ୍ଦ ବେହେରା ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲ୍ଲିକଙ୍କ ସମର୍ଥନ ସହ ମୋଟ ୫ଜଣଙ୍କ ସମର୍ଥନ ପାଇଥିବା ବେଳେ ଗୋଟିଏ ୱାର୍ଡ ସଭ୍ୟଙ୍କ ଭୋଟ ନାକଚ ହୋଇଥିବା ଖବର ହସ୍ତଗତ ହୋଇଛି। ନାଏବ ସରପଞ୍ଚ ପଦବୀରେ ହର୍ଷବର୍ଦ୍ଧନ ବସ୍ତରାୟ ବିଜୟୀ ହୋଇଥିବାରୁ ସମର୍ଥନ କରୁଥିବା ଜନ ସାଧାରଣ ଏହି ବିଜୟରେ ଖୁସି ମନେଇ ବାଣ ଫୁଟାଇ ବଜାର ପରିକ୍ରମା କରିଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.