ସ୍ୱାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଛନ୍ତି ଦୀପାକୁମାରୀ


ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନୀ ମାହୋଲ ଧୀରେ ଧୀରେ ସରଗରମ ହେଉଥିବା ବେଳେ ବର୍ତ୍ତମାନ କିଛି ନୂଆ ମୁହଁ ଦେଖିବାକୁ ମିଳିଛି । ପ୍ରାର୍ଥୀ ପତ୍ର ନାକଚ ଓ ପ୍ରତ୍ୟାହାର ପରେ ଉଷ୍ମତା ବଢିବା ଦୃଶ୍ୟମାନ ହେଉଛି ଏବଂ ବିଗତ ଦିନ ମାନଙ୍କ ଭଳି ଅଯଥା ଗଣ୍ଡଗୋଳ ପ୍ରଶାସନ ସହଯୋଗ ରେ ହୋଇନାହିଁ ଯାହାକୁ ନେଇ ବୁଦ୍ଧିଜୀବୀ ମାନେ ପ୍ରଶାସନ କୁ ପ୍ରଶଂସା ମଧ୍ୟ କରୁଛନ୍ତି।ତେବେ କିଛି ନୂଆ ମୁହଁ ମଧ୍ୟରୁ ବିଜୁ ଜନତା ଦଳ ର ଅଧ୍ୟକ୍ଷା ପ୍ରାର୍ଥୀନି ଦୀପାକୁମାରୀ ମଧ୍ୟ ନୂଆ ଆଶାୟୀ ଭାବେ ଉଭା ହୋଇଛନ୍ତି।ସେ ଶିକ୍ଷିତା, ଭଦ୍ର, ଦୁଃଖ କୁ ହୃଦୟଙ୍ଗମ କରିପାରିଲା ଭଳି ସ୍ତ୍ରୀ ଲୋକ ଟିଏ।ତାଙ୍କ ପ୍ରାର୍ଥୀତ୍ୟ କୁ ନେଇ ଅଞ୍ଚଳ ବସି ଉତ୍ସାହିତ ହୋଇପଡି ଚିକିଟି ଏନ ଏ ସି ରେ ନୂଆ ଯୁଗ ର ପ୍ରାରମ୍ଭ ବୋଲି ଆଲୋଚନା କରୁଛନ୍ତି।


ରଘୁନନ୍ଦନ ଅଞ୍ଚଳବାସୀ ଙ୍କ ସବୁ ବେଳେ ସୁଖ ଓ ଦୁଃଖ ର ସାଥୀ ହୋଇଥିଲା ବେଳେ ଯୁବ ଗୋଷ୍ଠୀ ଙ୍କୁ ସତମାର୍ଗ ରେ ନେବା ଯୋଗୁଁ ଯୁବ ଗୋଷ୍ଠୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ପଲୋଟିଛନ୍ତି।ତେଣୁ ଯୁବ ବର୍ଗ ଚଳିତ ନିର୍ବାଚନ ରେ ଦୀପା ଙ୍କ ବିଜୟ ବାନା ଉଡେଇବାକୁ ପଣ ମଧ୍ୟ କରିଛନ୍ତି।
ଦୀପାକୁମାରୀ ଚିକିଟି ପେଣ୍ଠ ର ଝିଅ ଆଉ ବୋହୁ ମଧ୍ୟ।ସେଥି ପାଇଁ ଲୋକଙ୍କ ସହିତ ପରିଚିତ ଏବଂ ତାଙ୍କ ସ୍ୱାମୀ ରଘୁନନ୍ଦନ ସାହୁ(ବାପି) ମଧ୍ୟ ଘରେ ଘରେ ପରିଚିତ। ୧୯୭୩ ମସିହାରେ ଚିକିଟି ଏନ ଏ ସି ରେ ପରିଣତ ହୋଇଥିଲା ତା ପୂର୍ବରୁ ପଞ୍ଚାୟତ ଶାସନ ଚାଲିଥିବା ସମୟରେ ବାପି ଙ୍କ ବଡବାପା ସ୍ବର୍ଗତ ସୀମାଞ୍ଚଳ ସାହୁ (ପିତା ସ୍ବର୍ଗତ ଗୋବିନ୍ଦ ସାହୁ)ସରପଞ୍ଚ ହୋଇ ଲୋକଙ୍କ ସେବା କରିଥିଲେ, ସେହି ନିସ୍ୱାର୍ଥ, ନିଷ୍କପଟ, ଆଦର୍ଶ,ପରୋପକାର ଏବଂ ନିରାଡ଼ମ୍ବର ଜୀବନ ଶୈଳୀ ସହିତ ଯୋଡ଼ି ହୋଇ ବାପି ମଧ୍ୟ ୨୦୦୪ ମସିହାରେ ବିଜୁ ଜନତା ଦଳ ତରଫରୁ ଚିକିଟି ଏନ ଏ ସି ରୁ୬ ନମ୍ବର ୱାର୍ଡର ପାର୍ଥୀ ଭାବେ ବିଜେତା ହୋଇଥିଲେ। ସେ ଦିନ ଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର ସେ ନିଷ୍ଟା ଓ ପରୋପକାରୀ ସାହାର୍ଯ୍ୟ ଆଜି ଆଣି ତାଙ୍କ ପତ୍ନୀଙ୍କ ଜରିଆରେ ତାଙ୍କୁ ପୁଣି ଚିକିଟି ଏନ ଏ ସି ରନଗରପାଳିକା ଭାବେ ଗ୍ରାମବାସୀ ଙ୍କ ସହାୟତା ରେ ବିଜୁ ଜନତା ଦଳ ପଣ କରିଛି। ଆର୍ଥିକ ଅତି ସ୍ୱଚ୍ଛଳ ହେଲେ ମଧ୍ୟ ସାଧାରଣ ଜୀବନଯାପନ କରି ଜନସେବା କୁ ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି।ସେହି ଆଦର୍ଶ କୁ ଦୀପା ଆପଣେଇ ଲୋକଙ୍କ ସେବା ପାଇଁ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଛନ୍ତି।ସ୍ୱାମୀ ଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଆଗକୁ ବଢି ଅସହାୟ, ନିରୀହ, ଅସନ୍ତୁଷ୍ଟ, ଗରିବ, ଖଟିଖିଆ ଙ୍କ ସୁଖ ଦୁଃଖ ରେ ସାଥି ହେବା ସହିତ ମୋର ଦାୟିତ୍ୱ,କର୍ତ୍ତବ୍ୟ ଓ ଅଧିକାର କୁ ସାବ୍ୟସ୍ତ କରିବି ବୋଲି କହିଛନ୍ତି।
ଅନ୍ୟ ପକ୍ଷରେ ବିଗତ2013 ମସିହାରେ ଫାଇଲିନ ସମୟ ରେ କିରାସିନ ଚୋରାଚାଳନ କୁ ନେଇ ହୋଇଥିବା ଅଘଟଣ ପ୍ରକ୍ରିୟା ରେ ପୋଲିସ ର ଆତଙ୍କରାଜ୍ କୁ ନେଇ କରବାଲୁଆ ରେ ଶାସକ ଦଳ ର ଇସାରା ରେ ହେଉଥିବା ଅଭିଯୋଗ କରି ଅସନ୍ତୋଷ ବୃଦ୍ଧି ପାଇଥିଲା।କିନ୍ତୁ ପରବର୍ତ୍ତୀ ସମୟରେ ଯେ କୌଣସି କାର୍ଯ୍ୟ ଗୁଡିକ ରେ ଦଳ ପାଇଁ ରଘୁନନ୍ଦନ ଠିଆ ହୋଇ ପ୍ରାଣ ପଣେ ଲୋକଙ୍କୁ ବୁଝେଇ ସୁଝେଇ ମାନେଇବାକୁ ଚେଷ୍ଟା କରି ସଫଳ ମଧ୍ୟ ହୋଇଥିଲେ।ଅବଶ୍ୟ ରଘୁନନ୍ଦନ ଙ୍କ ଆଦର୍ଶ କୁ ବିଶ୍ୱାସ କରି ଲୋକ ଭୋଟ ଦେବେ ବୋଲି ମତ ପ୍ରକାଶ କରିଛନ୍ତି କିନ୍ତୁ ଲୋକଙ୍କ ସମସ୍ୟା ର ଅନ୍ତ ହୋଇନାହିଁ।ତଥାପି ରଘୁନନ୍ଦନ ଙ୍କ ପାଇଁ କରବାଲୁଆ ବାସୀଙ୍କ ଦ୍ୱାର ଖୋଲା ବୋଲି ଆଲୋଚନା ଜୋର ଧରିଛି।
ଏ ସବୁ ମଧ୍ୟରେ ଦୀପାକୁମାରୀ ଚଳିତ ପୌର ନିର୍ବାଚନ ରେ ବିଜୟ ବାନା ଉଡେଇ ଦଳ ର ରହିଥିବା ବିଶ୍ୱାସ କୁ ବାସ୍ତବ ରେ ପରିଣତ କରିବେ ବୋଲି ଚିକିଟି ଯୁବପୀଢ଼ି, ବୁଦ୍ଧିଜୀବୀ ଓ ପରିଷଦ ବାସୀ ଙ୍କ ଆଶା ଓ ବିଶ୍ୱାସ ରହିଛି।

nis-ad
Leave A Reply

Your email address will not be published.