ପିଲାଙ୍କ ଭବିଷ୍ୟତ ଖେଳଘର ନୁହେଁ : ବିନା ଏନଓସିରେ ଚାଲିଛି ବିଦ୍ୟାଳୟ

ଫୁଲବାଣୀ : ଗୁରୁବାର ଦିନ ୫୦ରୁ ଉର୍ଦ୍ଧ୍ବ ଅଭିଭାବକ ଅଭିଭାବିକା କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଯାହା ଲିଖିତ ରହିଛି ଯେ,ସେମାନଙ୍କ ପୁଅ, ଝିଅ ମାନେ ପ୍ରଥମ ଶ୍ରେଣୀ ରୁ ଫୁଲବାଣୀ ସହର ସ୍ଥିତ ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରି ଆସୁଛନ୍ତି । ଆଜି ତା ୧୦,୦୩,୨୦୨୨ ରିଖ ଦିନ ଦିବା ୧୦ ଘଣ୍ଟିକା ସମୟରେ ସ୍କୁଲ ତରଫରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ର ଛାତ୍ରୀଙ୍କ ସମସ୍ତ ଅଭିଭାବକଙ୍କୁ ଡାକି ଏକ ଅଧିବେଶନ କରି ସମସ୍ତ ଅଭିଭାବକ ମାନଙ୍କୁ କୁହାଗଲା ଯେ, ଏହି ବର୍ଷ ଠାରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଏହି ସ୍କୁଲରେ ପଢି ପାରିବେ ନାହିଁ । ଏଣୁ ଆପଣ ମାନେ ଆପଣ ମାନଙ୍କ ଛୁଆଙ୍କୁ ସାର୍ଟିଫିକେଟ ନେଇ ଅନ୍ୟ ସ୍କୁଲରେ ଜଏନ୍ କରନ୍ତୁ ।

ଆମ୍ଭେ ଏହାର କାରଣ ପଚାରିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟି ଅଭିଭାବକ ମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରି ଏହି ବିଷୟରେ ଜଣେଇବା ପାଇଁ କହିଲେ । ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଭାବକ ମାନଙ୍କୁ କହିଲେ ଯେ, ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷପଙ୍କୁ କହିବା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ଏନ ଓ ସି ପାଇଁ ଆବେଦନ କରି ନାହାନ୍ତି । ଏଣୁ ଉକ୍ତ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ଯାଇ ପାରିବ ନାହିଁ । ଏହା ପରେ ସମସ୍ତ ଅଭିଭାବକ ପୁଣି ଯାଇ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସ୍କୁଲ ପରିଚାଳନା କମିଟିକୁ ଏହି ବିଷୟରେ କହିବାରୁ ସେମାନେ କହିଲେ ଆମେ ଏନ ଓ ସି ନିମନ୍ତେ ଆବେଦନ କରିଥିଲୁ କିନ୍ତୁ ସେମାନେ ଆମକୁ ଏନ ଓ ସି ଦେଇ ନାହାନ୍ତି ।ଏନେଇ ଏକ ଲିଖିତ ଅଭିଯୋଗ ପତ୍ର କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଜଣାଇଛନ୍ତି ଛାତ୍ରୀ ଛାତ୍ରୀ ଏବଂ ସମସ୍ତ ଅଭିଭାବକ ବୃନ୍ଦ । ଜିଲ୍ଲାପାଳ ମହୋଦୟାଙ୍କୁ ଅନୁରୋଧ କରିଛନ୍ତି ଯେ ,ପିଲାମାନଙ୍କ ଭବିଷ୍ୟତକୁ ନେଇ ହେବାକୁ ଥିବା ଅସୁବିଧାକୁ ଗୁରୁତ୍ବର ସହକାରେ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରି ପିଲାମାନଙ୍କୁ ଉକ୍ତ ସ୍କୁଲରେ ପଢିବା ପାଇଁ ସୁଯୋଗ ଦିଆଯାଉ। ଜିଲ୍ଲାପାଳ ମହୋଦୟା ଅଭିଭାବକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମିତ୍ତ ।ଅନ୍ୟପକ୍ଷେ ଏନ ଓ ସି ନଥାଇ ଆଜକୁ 30 ବର୍ଷରୁ ଉର୍ଦ୍ଧ୍ଵ ବର୍ଷ ହେଲା ବିଦ୍ୟାଳୟ କିପରି ଚାଲିଛି ବୋଲି ଅଭିଭାବକମାନଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ବିଦ୍ୟାଳୟର ଭିତ୍ତିଭୂମିକୁ ନେଇ ବର୍ତ୍ତମାନ ସର୍ବସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

nis-ad
Leave A Reply

Your email address will not be published.