ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ

ବାରଙ୍ଗ: ନନ୍ଦନକାନନ ପାଚିରୀ ଭାଙ୍ଗି ପଶିଲେ ଦୁଇ ଜଙ୍ଗଲୀ ହାତୀ । ଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତି ନନ୍ଦନକାନନ ଭିତରେ ପଶିଛନ୍ତି । ଯାହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଛନ୍ତି । ବୁଧବାର ସକାଳ ଠାରୁ ନନ୍ଦନକାନନ ଭିତରକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ।

କୌଣସି ଲୋକଙ୍କୁ ନନ୍ଦନକାନନ ଭିତରକୁ ଛଡାଯାଉନାହିଁ । ଦୁଇଟି ଜଙ୍ଗଲୀ ହାତୀକୁ କିପରି ନନ୍ଦନକାନନ ଭିତରୁ ବାହାର କରାଯିବ, ସେନେଇ ଯୋଜନା କରୁଛନ୍ତି କର୍ତ୍ତୃପକ୍ଷ ।

nis-ad
Leave A Reply

Your email address will not be published.