ପୁଣି ହିଜାବ ବିବାଦ: ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ପାକିସ୍ତାନୀ ଷ୍ଟିକରକୁ ନେଇ ଉତ୍ତେଜନା

ଶିବମୋଗା: କିଛି ଦିନର ନୀରବତା ପରେ ପୁଣି ଥରେ ହିଜାବ ବିବାଦ ମୁଣ୍ଡ ଟେକିଛି। କର୍ଣ୍ଣାଟକର ଶିବମୋଗା କଲେଜ ଛାତ୍ରଙ୍କ ଏକ ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପରେ ପାକିସ୍ତାନୀ ଷ୍ଟିକର ସେୟାରକୁ ନେଇ ଅପ୍ରୀତିକୀର ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନୀ ଷ୍ଟିକରକୁ ବିରୋଧ କରି କଲେଜର କିଛି ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ସେୟାର ହୋଇଥିବା ଷ୍ଟିକରଟି ପାକିସ୍ତାନୀ ପତାକା ଥିବା ବେଳେ ହିଜାବ ଆମର ଅଧିକାର ବୋଲି ଉଲ୍ଲେଖ ରହିଛି। କିଛି ଦିନ ପୂର୍ବରୁ ହିଜାବକୁ ନେଇ ଦୁଇ ଗୋଷ୍ଠୀ ହେବା ସହ ଉଭୟ ସପକ୍ଷ ଓ ବିପକ୍ଷଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ହିଜାବ ମାମଲା ଏବେ କର୍ଣ୍ଣାଟକ ହାକୋର୍ଟରେ ବିଚରାଧୀନ ରହିଛି। ଗତ ଜାନୁଆରୀ ୧ରେ ହିଜାବ ବିବାଦ ଆରମ୍ଭ ହୋଇଥିଲା। କର୍ଣ୍ଣାଟକର ଉଡ଼ୁପିରେ ଥିବା ଏକ ପ୍ରି-ୟୁନିଭର୍ସିଟି କଲେଜରେ ୬ ଜଣ ମୁସଲିମ ଛାତ୍ରୀ ହିଜାବ ପିନ୍ଧି ଆସିଥିବାରୁ ବିରୋଧର ସମ୍ମୁଖୀନ ହୋଇଥିଲା।
କଲେଜ ଡ୍ରେସକୋଡ୍‌ ନିୟମରେ ହିଜାବ ଅନ୍ତର୍ଭୃକ୍ତ ନଥିବାରୁ ପ୍ରତିବାଦ କରାଯାଇଥିଲା। ଏହା ପରେ ହିଜାବ ପ୍ରସଙ୍ଗ ବଡ଼ଧରଣ ବିବାଦର ସୂତ୍ରପାତ ହୋଇଥିଲା। ଏହାର ଜବାବରେ ହିନ୍ଦୁ ଛାତ୍ର ଛାତ୍ରୀମାନେ ଗେରୁଆ ସ୍କାର୍ଫ ପକାଇ କଲେଜ ଆସିଥିଲେ। ସେମାନେ ମଧ୍ୟ ସେମାନଙ୍କ ଧାର୍ମିକ ପ୍ରତୀକକୁ ଅନୁମତି ଦେବାକୁ ଦାବି କରିଥିଲେ। ଯାହାକୁ ନେଇ ମାମଲା ଅଦାଲତକୁ ଯାଇଛି। ତେବେ ତାଜା ବିବାଦ ଅନୁଯାୟୀ, ପିଲା ମାନେ ଅନଲାଇନ୍‌ କ୍ଲାସ ପାଇଁ ତିଆରି ହୋଇଥିବା ହ୍ୱାଟସ୍‌ଆପ୍‌ ଗ୍ରୁପରେ ପାକିସ୍ତାନୀ ଷ୍ଟିକର ପୋଷ୍ଟ ହୋଇଛି।
ତେବେ ପାକିସ୍ତାନୀ ପତାକା ଜାବାରେ ଜଣେ ପିଲା ଭାରତର ପତାକା ମଧ୍ୟ ସେୟାର କରିଛନ୍ତି। ବିସିଏ ଛାତ୍ରଙ୍କ ଗ୍ରୁପରେ ଏହି ମେସେଜ୍‌ ସେୟାର ହୋଇଛି। ତେବେ ପାକିସ୍ତାନୀ ପତାକା ପୋଷ୍ଟକୁ ବିରୋଧ କରି କିଛି ଛାତ୍ର ଆନ୍ଦୋଳନ କରିଛନ୍ତି। ପାକିସ୍ତାନୀ ପତାକା ସେୟାର କରିଥିବା ଛାତ୍ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଏବିଭିପି ଦାବି କରିଛି। ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ କରିବାକୁ ଏବିଭିପି ଦାବି କରିଛି।

nis-ad
Leave A Reply

Your email address will not be published.