ଚିକିଟି ଏନଏସି : ଅଧ୍ୟକ୍ଷ ଦୌଡ଼ରେ ତିନି – ପାଞ୍ଚ ଅପ୍ରତିଦ୍ବନ୍ଦୀ


ଚିକିଟି : ଗଞ୍ଜାମ ଜିଲ୍ଲାର ସମ୍ବେଦନଶୀଳ ଏନଏସି ଚିକିଟି ର ନାମାଙ୍କନ ପ୍ରକ୍ରିୟା ଶେଷ ସୁଦ୍ଧା ମଇଦାନରେ ତିନି ଜଣ ଅଧ୍ୟକ୍ଷ ଆଶାୟୀ ରହିଛନ୍ତି। ବିଜେଡି ଦଳ ରୁ ଯୁବ ନେତା ରଘୁନନ୍ଦନ ସାହୁ ଙ୍କ ପତ୍ନୀ ଦୀପାରାଣୀ ସାହୁ,ଭାରତୀୟ ଜନତା ଦଳ ରୁ ପୁଷ୍ପାଞ୍ଜଳି ସେଠି, ସ୍ୱାଧୀନ ପ୍ରାର୍ଥୀ ଭାବେ ଶାନ୍ତିଲତା ପାଣିଗ୍ରାହୀ ମଇଦାନରେ ରହିଛନ୍ତି।ଚଳିତ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ର ସହ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ନିର୍ବାଚନ ଅଧିକାରୀ ତହସିଲଦାର ବିଶ୍ୱରଞ୍ଜନ କଁଅର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ଏନ ଏ ସି ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ ସହଯୋଗ କରିଥିଲେ ଏବଂ ପୋଲିସ ଅତିରିକ୍ତ ଏସ ପି ରମେଶ ଚନ୍ଦ୍ର ସେଠି, ଏସ ଡି ପି ଓ କୃଷ୍ଣଚନ୍ଦ୍ର ଭାତ୍ରା,କେ ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ପ୍ରମୁଖ ଶେଷ ଦିବସ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡ଼ି କରି ନାମାଙ୍କନ କୁ ଶାନ୍ତି ଶୃଙ୍ଖଳା ର ଶେଷ କରିଥିଲେ।ଚିକିଟି ଏନ ଏ ସି ରେ 12 ଟି ୱାର୍ଡ ରହିଥିବା ବେଳେ କୌଣସି ପ୍ରାର୍ଥୀ ଗୋଟିଏ ଗୋଷ୍ଠୀ ପକ୍ଷରୁ ଲଢୁ ନ ଥିବା ଫଳ ରେ 4,5,6,7,9 ୱାର୍ଡ ର ଯଥାକ୍ରମେ ସୁକାନ୍ତି ବେହେରା, ତପନ କୁମାର ବେହେରା, ଅନିତା ସାହୁ, ମଲ୍ଲୀ ବେହେରା ଏବଂ ସବିତା ପାତ୍ର ଅପ୍ରତିଦ୍ବନ୍ଦୀ ହୋଇଛନ୍ତି।ତେବେ ଭାରତୀୟ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଭାବେ 1 ନମ୍ବର ୱାର୍ଡ ରୁ ପି. ସନ୍ତୋଷ କୁମାର ରାଓ,2 ୱାର୍ଡ ରୁ ରାଜେଶ ପାଢ଼ୀ,3 ୱାର୍ଡ ରୁ ଅନନ୍ତ ପାଣିଗ୍ରାହୀ,8 ୱାର୍ଡ ରୁ ଦୁହିତା ବେହେରା,10 ୱାର୍ଡ ରୁ ଜୁର ବେହେରା,11 ରୁ ସବିତା ସେଠି ଓ 12 ନମ୍ବର ୱାର୍ଡ ରୁ ସୀମାଞ୍ଚଳ ସାହୁ ନାମାଙ୍କନ ଦାଖଲ କରିଛନ୍ତି।ସେହି ପରି ବିଜେଡି ସାମର୍ଥୀତ ପ୍ରାର୍ଥୀ ଯଥା କ୍ରମେ 12 ଟି ୱାର୍ଡ ରୁ 1 ନମ୍ବର ୱାର୍ଡ ରୁ ଦେବେନ୍ଦ୍ର ବେହେରା,2 ରୁ ବିଶ୍ୱଜିତ ମହାପାତ୍ର,3 ରୁ ଦୁର୍ଗା ପ୍ରସାଦ ଦେଓ,4 ରୁ ସୁକାନ୍ତି ବେହେରା,5 ରୁ ତପନ କୁମାର ବେହେରା,6 ରୁ ଅନିତା ସାହୁ,7 ରୁ ପୂର୍ବତନ ନଗର ପାଳ ମଲ୍ଲୀ ବେହେରା,8 ରୁ ମିତାଞ୍ଜଳି ସାହୁ,9 ରୁ ସବିତା ପାତ୍ର,10 ରୁ ତ୍ରିନାଥ ବେହେରା,11 ରୁ ଶିବାନି ବେହେରା,12 ରୁ ଜୁର ପ୍ରସାଦ ବେହେରା ପ୍ରମୁଖ ନିର୍ବାଚନି ପ୍ରକ୍ରିୟା ରେ ସାମିଲ ହୋଇଛନ୍ତି।ଶେଷ ଦିବସ ରେ ଭାରତୀୟ ଜନତା ଦଳ ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଡ୍ୟାନ ସାମନ୍ତରା ନେତୃତ୍ୱରେ ସମସ୍ତ ପ୍ରାର୍ଥୀ ଏକ ବିରାଟ ପଟୁଆର ରେ ଏନ ଏ ସି କାର୍ଯ୍ୟାଳୟ ରେ ପହଂଚି ନାମାଙ୍କନ ଦାଖଲ କରାଯାଇଥିବା ବେଳେ ବରିଷ୍ଠ ନେତା କେ. ନରସିଂହ ମୂର୍ତ୍ତି, ଯୁବ ନେତା ଦେବଦତ୍ତ ପଣ୍ଡା ପ୍ରମୁଖ ସାମିଲ ଥିଲେ।ବିଜେଡି ଦ୍ବାରା ମଧ୍ୟ ଏକ ବାଇକ ରାଲି ସ୍ଥାନୀୟ ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଶାନ୍ତି ଶୃଙ୍ଖଳା ର ସହ ଅଧ୍ୟକ୍ଷ ଆଶାୟୀ ଦୀପାରାଣୀ ସାହୁ ଙ୍କ ନାମାଙ୍କନ ପାଇଁ ଆୟୋଜିତ ହୋଇଥିଲା।

nis-ad
Leave A Reply

Your email address will not be published.