ଖଲ୍ଲିକୋଟ ଏନଏସି : ବିଜେଡିରୁ ନିରଞ୍ଜନ ,ବିଜେପି ରୁ ଭାରତୀ ଓ କଂଗ୍ରେସରୁ ଯତୀନ୍ଦ୍ର ନଗରପାଳ ପାଇଁ ନାମାଙ୍କନ ଦାଖଲ କଲେ

ଖଲ୍ଲିକୋଟ : ପୌର ନିର୍ବାଚନ ର ଅନ୍ତିମ ଦିବସ ରେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ର ନଗରପାଳ ପାର୍ଥି ପାଇଁ କଂଗ୍ରେସ ଦଳ ତରଫରୁ ଯତୀନ୍ଦ୍ର ସେଠି ,ବିଜେଡି ଦଳ ତରଫରୁ ନିରଞ୍ଜନ ବେହେରା ଓ ବିଜେପି ଦଳ ତରଫରୁ ଭାରତୀ ବେହେରା ନଗରପାଳ ପାର୍ଥି ପାଇଁ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି l ଗତକାଲି ବିଜେପି ଓ କଂଗ୍ରେସ ର ୧୭ ଜଣ କାଉନ୍ସିଲ୍ର ପାର୍ଥି ନାମାଙ୍କନ ଦାଖଲ କରିଥିବା ବେଳେ ଷୋମବାର ଦିନ ବିଜେଡି ର ସମସ୍ତ ୧୨ ଜଣ ପାର୍ଥି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି l ୧ ନ କାଉନ୍ସିଲ୍ର ଭାବେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଟନାୟକ ,୨ ନ ପାଇଁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନାରାୟଣ ପାଢ଼ୀ ୩ ନ ପାଇଁ ସୁଜାତା କୁମାରୀ ସିଂ ,୪ ନ ପାଇଁ ବଳରାମ ବେହେରା (ଦିବ୍ୟାଙ୍ଗ ) ୱାର୍ଡ ନ ୫ ପାଇଁ ଅନିତା କୁମାରୀ ଶବର ,୬ ନ ପାଇଁ ଲିଲି ସାହୁ ,୭ ନ ପାଇଁ ସନ୍ଧ୍ୟାରାଣୀ ଦାସ ,୮ ନ ପାଇଁ ରାମତି ଦାସ ,୯ ନ ପାଇଁ ଅଶୋକ ସେଠି ,୧୦ ନ ପାଇଁ ଗଙ୍ଗୋତ୍ରୀ ପରିଡା ୧୧ ନ ପାଇଁ ନାରାୟଣ ବାରିକ ,୧୨ ନ ପାଇଁ କାଳିଆ ପରିଡା ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡି ମଧୁସ୍ମିତା ସେଠି ( ସ୍ୱାଧୀନ ) କଂଗ୍ରେସ ୨ ନ ରୁ ହେମନ୍ତ ପଟ୍ଟନାୟକ ସମେତ ୨୩ ଜଣ ପାର୍ଥି ନାମାଙ୍କନ ଦାଖଲ କରିଥିବା ଜଣାପଡିଛି l ତେବେ ପ୍ରଥମ ଥର ପାଇଁ ଖଲ୍ଲିକୋଟ ଏନ ଏ ସି ରେ ୱାର୍ଡ ରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଥିବା ଜଣାପଡ଼ିଛି l ତେବେ ଅଧିକାଂଶ ୱାର୍ଡ ରେ ଶିକ୍ଷିତ ଯୁବକ ଯୁବତୀ ମାନେ ନିର୍ବାଚନ ମଇଦାନ ରେ ଲଢ଼ୁଥିବା ବେଳେ ସହରବାସୀ ଙ୍କ ମତାମତ କାହା ସପକ୍ଷରେ ଯିବ ତାହା ଦେଖିବାକୁ ବାକି ରହିଲା l ଏକ ପଟୁଆର ରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ନେତୃତ୍ୱ ରେ ଆସି ପାର୍ଥୀମାନେ ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ l

nis-ad
Leave A Reply

Your email address will not be published.