ଶେଷ ଦିନରେ ୫୬ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ

ହିଞ୍ଜିଳିକାଟୁ (୭/୩) : ଚଳିତ ମାସ ୨୪ ତାରିଖରେ ୧୦୬ ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ମାସ ୨ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୭ ତାରିଖ ସୋମବାର ସୁଦ୍ଧା ନାମାଙ୍କନ ଦାଖଲ ସକାଶେ ସ୍ତିର କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁରେ ଅଧ୍ୟକ୍ଷ ଓ ୨୧ଟି ୱାର୍ଡ ସକାଶେ କାଉନସିଲରପଦବୀ ସକାଶେ ନିର୍ବାଚନ ଅନୁଷ୍ଠିତ ହେବ ।

ଅଧ୍ୟକ୍ଷ ପଦବୀ ସକାଶେ ସିଧାସଳଖ ମତଦାନ ବ୍ୟବସ୍ଥା ରହିଛି । ନାଙ୍କନ ଦାଖଲର ଅନ୍ତିମ ଦିବସ ସୋମବାର ଅଧ୍ୟକ୍ଷ ପଦବୀ ସମତେ ୨୧ଟି ୱାର୍ଡ ସକାଶେ ସର୍ବମୋଟ ୬୫ଟି ନାମାଙ୍କନ ଦାଖଲ ହୋଇଥିବା ବେଳେ ଅଧ୍ୟକ୍ଷ ପଦବୀ ସକାଶେ ୮ଜଣ ନାମାଙ୍କନ ଦାଖଲ କରିଛନ୍ତି । ଏଥି ମଧ୍ୟରୁ ଶେଷ ପର୍ଯ୍ୟାୟରେ ସୋମବାର ଦିନ ଅଧ୍ୟକ୍ଷ ପଦ ନିମନ୍ତେ ୭ ନାମାଙ୍କନପତ୍ର ଓ କାଉନସିଲର ନିମନ୍ତେ ୪୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବିଜେଡି ଅଧ୍ୟକ୍ଷ ପଦବୀ ସହ ୨୧ଟି ୱାର୍ଡରେ ପ୍ରାର୍ଥୀ ଚୟନ କରିଥିବା ବେଳେ ବିଜେପି ଅଧ୍ୟକ୍ଷ ପଦବୀ ସହ ୯ଟି ୱାର୍ଡ ଓ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଅଧ୍ୟକ୍ଷ ପଦବୀ ସହ ୭ଟି ୱାର୍ଡରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛି । ସ୍ୱାଧୀନ ପ୍ରାର୍ଥୀ ଭାବେ ୫ଜଣ ଅଧ୍ୟକ୍ଷ ପଦବୀ ସକାଶେ ନାମାଙ୍କନ ଦାଖଲ କରିଥିବା ବେଳେ ବିଭିନ୍ନ ୱାର୍ଡରେ ୨୦ଜଣ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି । ତିନୋଟି ୱାର୍ଡ଼ ନିର୍ଦ୍ଵନ୍ଦ ହୋଇଥିବା ଜଣାପଡିଛି। ସେମାନେ ହେଲେ ୭ ନଂ ୱାର୍ଡ ରେ ଵିଜେଡି ପ୍ରାର୍ଥୀ ଶଶି ଶଵର ୮ନଂ ୱାର୍ଡ଼ ବିଜେଡି ତରଫରୁ ବିଳାସିନୀ ମହାନ୍ତି ୧୯ ନଂ ୱାର୍ଡ ଵିଜେଡି ତରଫରୁ ବସନ୍ତ ଵେହେରା। ପ୍ରକାଶ ଥାଉକି, ୨୧ଟି ୱାର୍ଡ ବିଶିଷ୍ଟ ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନ ସକାଶେ ୨୦ହଜାର ୬୯୬ ଭୋଟର ସେମାନଙ୍କ ବହୁମୁଲ୍ୟ ମତସାବ୍ୟସ୍ତ କରିବେ ।

nis-ad
Leave A Reply

Your email address will not be published.