ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଫକୀରମୋହନ ଭଞ୍ଜ ସ୍ମୃତି ସମ୍ମାନ


ଫୁଲବାଣୀ : କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କୁ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ , ଜୋରକୁଳ,ବିଳିପଡ଼ା, ବାଙ୍କୀ ତରଫରୁ ଷୋଡଶ ବାର୍ଷିକ ଉତ୍ସବ ଅବସରରେ ଆଦର୍ଶ ଶିକ୍ଷକ ଫକୀର ମୋହନ ଭଞ୍ଜ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି l ବାଙ୍କୀ ସ୍ଵଂୟ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ବର୍ଣ୍ଣlଢ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାନସଭା ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଦିଲୀପ ଶ୍ରୀଚନ୍ଦନ ଓ ଉଦଘାଟକ ବାଙ୍କୀର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ବିଶ୍ୱାଳ ଯୋଗଦେଇ ସମ୍ୱର୍ଦ୍ଧିତ ପ୍ରତିଭା ଡ଼ଃ ମହାପାତ୍ରଙ୍କୁ ମାନପତ୍ର ପ୍ରଦାନ କରିଥିଲେ l

ଶ୍ରୀ ପ୍ରଫୁଲ କୁମାର ସାହୁଙ୍କ ସଭାପତିତ୍ୱରେ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର, ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ବହାଦୁର ପାଟଶାଣୀ, ଗବେଷକ ଡ଼ଃ ରବି ନାରାୟଣ ପଣ୍ଡା, ବିଶିଷ୍ଠ କବି ଭାରତ ଚନ୍ଦ୍ର ବେହେରା, ବାଙ୍କୀ ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ ଭବାନୀ ପ୍ରସାଦ ହୋତା, ସାହିତ୍ୟିକ କୌଶିକ ନାୟକ ଉପସ୍ଥିତ ଥିଲେ l ସମ୍ପାଦକ କବିରତ୍ନ ବିଦ୍ୟାଧର ଖଟୁଆ ସମ୍ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ସାଗର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହା ପୂର୍ବରୁ ଡ଼ଃ ମହାପାତ୍ର ସାହିତ୍ୟ ରତ୍ନ ପୁରସ୍କାର, ଶିଶିର ବିନ୍ଦୁ ପୁରସ୍କାର ପ୍ରଭୃତି ବହୁ ସମ୍ମାନ ଓ ସମ୍ୱର୍ଦ୍ଧନା ପାଇଛନ୍ତି l ଫୁଲବାଣୀ ସରକାରୀ ଆଇ ଟି ଆଇ ରେ ସହକାରୀ ତାଲିମ ଅଧିକାରୀ ଥିବା ଡ଼ଃ ମହାପାତ୍ର ଓଡିଶା ସାହିତ୍ୟ ରେ ଜଣେ ଜଣାଶୁଣା ନାମ l ତାଙ୍କର କୋଡ଼ିଏ ରୁ ଅଧିକ ପୁସ୍ତକ ବି ପ୍ରକାଶିତ ହୋଇ ବେଶ ପାଠକୀୟ ଆଦୃତି ଲାଭ କରିଛି l ତାଙ୍କର ଏହି କୃତିତ୍ୱ ପାଇଁ ଫୁଲବାଣୀର ସାହିତ୍ୟିକ ମାନେ ଶୁଭେଚ୍ଛା ଦେବା ସହ ବରିଷ୍ଠ କବି କୈଳାଶ ଚନ୍ଦ୍ର ଧଳ ଅଜସ୍ର ଅଭିନନ୍ଦନ ଜଣାଇଛନ୍ତି l

nis-ad
Leave A Reply

Your email address will not be published.