ଏକତରଫା ପ୍ରେମ କରି ଛେଚା ଖାଇଲେ ଯୁବକ

ଭୁବନେଶ୍ୱର : ବାଲିପାଟଣା ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନିୟ ଘଟଣା ଘଟିଯାଇଛି । ଏକ ତରଫା ପ୍ରେମ କରିବା ଯୋଗୁ ଝିଅ ଘର ଲୋକ ଯୁବକଙ୍କୁ ମାଡ ମାରିଥିବା ସୂଚନାମିଳିଛି । ଘଟଣା କ୍ରମରେ ବାବୁଲି ପ୍ରଧାନଙ୍କ ଝିଅକୁ ସୁନିଲ କୁମାର ସ୍ୱାଇଁ ଏକ ତରଫା ପ୍ରେମକରି ରାସ୍ତା ଘାଟରେ ହଇରାଣ ହରକତ୍ କରୁଥିଲେ ।

ତାଙ୍କୁ ଝିଅ ଘର ପକ୍ଷରୁ ପୂର୍ବରୁ ତାଗିଦ୍ କରାଯାଇଥିଲା ଏବଂ ସୁନିଲ ଏଭଳି ହଇରାଣ ନ କରିବା ପାଇଁ ଥାନାରେ ଲେଖିକି ଦେଇଥିଲେ ମଧ୍ୟ ଗତକାଲି ରାତିରେ ମନ୍ଦିରରକୁ ଯାଉଥିବା ସମୟରେ ଝିଅକୁ ଧମକାଇ ଥିଲା । ପରେ ଝିଅ କାନ୍ଦି କାନ୍ଦି ଆସି ଘରେ କହିଥିଲେ ଏଥିରେ ରାଗିଯାଇ ବାବୁଲି ପ୍ରଧାନ, ବିଶ୍ୱଜିତ ପ୍ରଧାନ ଏବଂ ସତ୍ୟଜିତ୍ ପ୍ରଧାନ ସୁନିଲ୍‌ଙ୍କୁ ମାଡ ମାରି ଆହତ କରିଥିଲେ । ଖବର ପାଇ ବାଲିପାଟଣା ଥାନା ପିସିଆର୍ କର୍ମଚାରି ପହଞ୍ଚି ଆହତ ସୁନିଲଙ୍କୁ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିଲେ । ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.