ସୁଡୁକୁମ୍ପା ପଞ୍ଚାୟତର ସର୍ବାଙ୍ଗୀନ ବିକାଶରେ ମୋର ପ୍ରମୂଖ ଭୂମିକା ରହିବ :ବୈଦ୍ୟନାଥ ବେହେରା…

ଫୁଲବାଣୀ:- ବଢୁଛି ଦିନକୁ ଦିନ ରାଜନୀତିର ଚାହିଦା ଦୁର୍ନୀତିଗ୍ରସ୍ତ ଓ ସ୍ୱାର୍ଥପର ତଥା ଟାଉଟର,ଠକାମୀ ମାନଙ୍କୁ ପ୍ରତିହତ କାରିବାକୁ ପଞ୍ଚାୟତ ନିର୍ବାଚନରେ ଏଥର ପ୍ରତିଦ୍ୱନ୍ଦିତା କରି ଆସନ ଅଳଙ୍କୃତ କରିଛନ୍ତି ସମାଜସେବକ ତଥା ଗଣମାଧ୍ୟମ ପ୍ରତିନିଧି।ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲାର ଖଜୁରୀପଡ଼ା ବ୍ଲକରେ।ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧହେବ
ସାମ୍ବାଦିକତାରେ ନିଜର ଦାୟିତ୍ୱ ତୁଲାଇ ସମାଜସେବା କରିବାରେ ପ୍ରମୂଖ ଭୁମିକା ଗ୍ରହଣ କରିଆସିଥିବା ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବୈଦ୍ୟନାଥ ବେହେରା ଙ୍କ ଦ୍ଵାରା  ଅପହଞ୍ଚ ଓ ଅବହେଳିତ ସୁଡୁକୁମ୍ପା ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ହୋଇ ପାରିବା ସହିତ ପଞ୍ଚାୟତ ବାସୀଙ୍କ ଦୁଃଖ ସୁଖର ସାଥି ଗୋଇପାରିବା ଆଶା ଭରସା କରି ସମିତି ସଭ୍ୟ ଆସନରେ ବିଫୁଳ ସମର୍ଥନକରି ଓ ଭୋଟଦେଇ ଦେଇ ଜୟଯୁକ୍ତ କରିଛନ୍ତି।ପଞ୍ଚାୟତ ବାସୀଙ୍କ ମତ ଓ ତଦନ୍ତ ରିପୋର୍ଟ ଅନୁସାରେ ଜଣାପଡ଼ିଛି ଯେ ବୈଦ୍ୟନାଥ ବେହେରାଙ୍କ ସାମ୍ବାଦିକତା ହେଉଛି ପେସା ସତ କିନ୍ତୁ ଗ୍ରାମାଞ୍ଚଳର ବିକାଶ ଓ ଜନସେବା,ଲୋକଙ୍କସେବାର ବହୁତ ନିଶା।ପୂର୍ବରୁ ଆଜିପର୍ଯ୍ୟନ୍ତ ଯେତିକି ବ୍ୟକ୍ତି ବିଶେଷ ଜନ ପ୍ରତିନିଧି ହୋଇଛନ୍ତି ସେମାନଙ୍କ ଅପେକ୍ଷା ଶ୍ରୀ ବେହେରା ସାମ୍ବାଦିକତା ମାଧ୍ୟମରେ ନୀରିହ ଅସହାୟ ଲୋକଙ୍କୁ ଅନେକ ସେବା ଯୋଗାଇବା ସହିତ ଗ୍ରାମଞ୍ଚଳର ବିକାଶ ଉପାରେ ବିଶେଷ ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ବହୁ ଜନମତ ରିପୋର୍ଟରୁ ଜଣାପଡ଼ିଛି।ଖାଲି ସେତକି ନୁହେଁ ବିଭିନ୍ନ ସଂଘଠନ ଗଢିବାରେ ସହଯୋଗର ହାତ ବଢ଼ାଇ ଅନ୍ତର୍ଭୁକ୍ତ ରହିଆସିଛନ୍ତି। ତେଣୁକରି ପଞ୍ଚାୟତର ସମସ୍ତ ଅଞ୍ଚଳର ବରିଷ୍ଠ ସୁଡୁକୁମ୍ପା ପଞ୍ଚାୟତର ସର୍ବାଙ୍ଗୀନ ବିକାଶରେ ମୋର ପ୍ରମୂଖ ଭୂମିକା ରହିବ:ବୈଦ୍ୟନାଥ ବେହେରାନାଗରିକଙ୍କ ମତାମତ ପ୍ରକାରେ ସାଧରଣବର୍ଗର ସମିତି ସଭ୍ୟ ଆସନ ଥିବା ସ୍ୱତେବି ଅନୁସୁଚିତଜାତି ବର୍ଗର ଜଣେ ନିର୍ଭୀକ,ନିଷ୍ଠାପର ସମାଜସେବକ ହିସାବରେ ଚିହ୍ନଟ କରି ସମିତି ସଭ୍ୟ କରାଯାଇଛି ବୋଲି ଲୋକ ମତରୁ ପ୍ରକାଶ ପାଇଛି।ଏଭଳି ପରି ପ୍ରେକ୍ଷୀରେ ବୈଦ୍ୟନାଥ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି (ସାମ୍ବାଦିକ ମୋର ପେସା,କିନ୍ତୁ ସମାଜସେବା ଓ ଜନସେବା ମୋର ନିଶା) ଓ ସୁଡୁକୁମ୍ପା ପଞ୍ଚାୟତର ସମସ୍ତ ଜନସାଧାରଣ ଙ୍କ ଦୁଃଖ ସୁଖର ସାଥିହୋଇ ରହିଆସିଛି ଓ ରହିଥିବି ଏବଂ ପଞ୍ଚାୟତ ସମସ୍ତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବାରେ ମୋର ପ୍ରମୂଖ ଭୂମିକା ରହିବା ସହିତ ସରକାରଙ୍କ ବିକାଶ ମୂଳକ ଯୋଜନା ଉପରେ ଜନସଚେତନତା କୁ ଗୁରୁତ୍ୱ ଦେବୀ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.