ନିଶା କାରବାର ଉପରେ ସୁନ୍ଦରଗଡ ପୋଲିସର ବଡ ସଫଳତା : ରାଜଗାଙ୍ଗପୁର ଥାନା ଏସ୍ଡିପିଓ ଶଶାଙ୍କ କୁମାର ବେଉରାଙ୍କ ନେତୃତ୍ୱରେ ୫୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ୫ ଗିରଫ…

ରାଉରକେଲା;(ବସନ୍ତ କୁମାର ଜେନା) ନିଶା କାରବାର ରୋକିବା ଲାଗି ସୁନ୍ଦରଗଡ଼ ପୋଲିସ ର ମିଶନ କୁ ବଡ ସଫଳତା ମିଳିଛି।ରାଜଗାଙ୍ଗପୁର ରୁ ଝାରଖଣ୍ଡ ଚାଲାଣ ହେଉଥିବା ବେଳେ ପୋଲିସ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି।ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଞ୍ଜେଇ ଚାଲାଣ କରାଯାଉଥିବା ୨ଟି ପିକ ଅପ ଭ୍ୟାନ କୁ ଜବତ କରିଛି ପୋଲିସ। ସମସ୍ତ ଗିରଫ ଅଭିଯୁକ୍ତ ଉତ୍ତରପ୍ରଦେଶ ଅଞ୍ଚଳର ବୋଲି ଜଣା ପଡ଼ିଛି । ଝାରଖଣ୍ଡ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ବିଶ୍ୱସ୍ତ ସୂତ୍ରରୁ ମିଳିବା ପରେ ପୋଲିସ ସତର୍କ ହୋଇଯାଇଥିଲେ। ରାଜଗାଙ୍ଗପୁର ଏସ୍ ଡି ପି ଓ ଶଶାଙ୍କ କୁମାର ବେଉରା ଙ୍କ ନେତୃତ୍ୱରେ ଗଠିତ ଟିମ ପିଛା କରି ଜାମପାଲି ନିକଟରେ ଗାଡି ଦୁଇଟିକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡିର ଡାଲା ର ଉପରେ ମଟର , ଗାଜର ଆଦି ରଖି ତଳେ ଗଞ୍ଜେଇ ଲୁଚାଇ ରଖିଥିବା ପୋଲିସ ଯାଞ୍ଚ ରୁ ଜାଣି ପାରିଥିଲେ। ୪ କୁଇଣ୍ଟାଲ ୧୬ କେଜି ଗଞ୍ଜେଇ ପୋଲିସ ଜବତ କରିବା ସହ ୫ ଜଣ ଙ୍କୁ ଗିରଫ କରିଥିଲେ। ନିଶା ଚୋରା କାରବାର ଉପରେ ଅଙ୍କୁଶ ଲଗାଇବାକୁ ରାଜଗାଙ୍ଗପୁର
ଏସ୍ ଡି ପି ଓ ଙ୍କ ନେତୃତ୍ୱରେ ଏକ ଆଣ୍ଟି ନାରକୋଟିକ୍ସ ସ୍କ୍ୱାର୍ଡ ଗଠନ କରାଯାଇଛି ବୋଲି ସୁନ୍ଦରଗଡ଼ ଏସ୍ ପି ସାଗରିକା ନାଥ କହିଛନ୍ତି।

nis-ad
Leave A Reply

Your email address will not be published.